ଓଡିଶା

odisha

By

Published : May 18, 2020, 1:25 PM IST

ETV Bharat / sports

କ୍ରୀଡା ମନ୍ତ୍ରଣାଳୟରୁ ଏକକାଳୀନ ଦୁଇଶହ କୋଟି ସହାୟତା ଲୋଡିଲା ଅଲମ୍ପିକ ଆସୋସିଏସନ

ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ରବିବାର କ୍ରୀଡା ମନ୍ତ୍ରଣାଳୟକୁ ଏକକାଳୀନ 200 କୋଟି ସହାୟତା ରାଶି ପାଇଁ ଅନୁରୋଧ କରିଛି । ଏନେଇ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁଙ୍କୁ ଚିଠି ଲେଖିଛନ୍ତି ।

IOA request Sports Ministry to sanction one-time financial assistance of over Rs 200 crore
କ୍ରୀଡା ମନ୍ତ୍ରଣାଳୟରୁ ଏକକାଳୀନ ଦୁଇଶହ କୋଟି ସହାୟତା ଲୋଡିଲା ଅଲମ୍ପିକ ଆସୋସିଏସନ

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ରବିବାର କ୍ରୀଡାମନ୍ତ୍ରଣାଳୟକୁ ଏକକାଳୀନ 200 କୋଟି ସହାୟତା ରାଶି ପାଇଁ ଅନୁରୋଧ କରିଛି । କ୍ରୀଡା ଇଭେଣ୍ଟ ବନ୍ଦ ଥିବାରୁ ସ୍ପନସର ମାନେ ଆଗାମୀ ଏକବର୍ଷ ପର୍ଯ୍ୟନ୍ତ ସାମ୍ନାକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏପରି ସ୍ଥିତିରେ ଦେଶର ବିଭିନ୍ନ କ୍ରୀଡା ପରିଚାଳନା ବୋର୍ଡର ଆର୍ଥିକ ପରିଚାଳନା ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି ।

ଏନେଇ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁଙ୍କୁ ଚିଠି ଲେଖିଛନ୍ତି । ପ୍ରତ୍ୟେକ ଅଲମ୍ପିକ ସ୍ପୋର୍ଟ୍ସର ନ୍ୟାସନାଲ ଫେଡେରେସନ(NSF)କୁ 5କୋଟି, ଅଲମ୍ପିକ ଆସୋସିଏସନକୁ 10 କୋଟି, ଅଲମ୍ପିକ ସ୍ପୋର୍ଟ୍ସ ନଥିବା NSFକୁ 2.50 କୋଟି ଲେଖାଏଁ, ସମସ୍ତ ରାଜ୍ୟ ଅଲମ୍ପିକ ଆସୋସିଏସନକୁ 1କୋଟିଏ ଲେଖାଏଁ ସହାୟତା ରାଶି ଅମୁମୋଦନ କରିବାକୁ ଅନୁରୋଧ କରିଛନ୍ତି ।

ସହାୟତା ରାଶି ବିନା ଲକଡାଉନ ପରେ ଏହି ସବୁ କ୍ରୀଡା ପରିଚାଳନା ବୋର୍ଡ ଆର୍ଥିକ ପରିଚାଳନାରେ ଅସୁବିଧା ଦେଖାଦେବ ବୋଲି ବାତ୍ରା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details