ଓଡିଶା

odisha

ETV Bharat / sports

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରୁ ଅନେକ କିଛି ଶିଖିବାକୁ ହେବ: ପିଟି ଉଷା - ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପିଟି ଉଷା

ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପିଟି ଉଷା । ଟ୍ବିଟ୍ କରି ଫଟୋ ସେୟାର କଲେ ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ପିଟି ଉଷା । ଅଧିକ ପଢନ୍ତୁ

T Usha meets PM Modi
T Usha meets PM Modi

By

Published : Dec 17, 2022, 5:33 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ପିଟି ଉଷା । ଗତକାଲି(ଶୁକ୍ରବାର) ଦିଲ୍ଲୀରେ ମୋଦିଙ୍କୁ ଭେଟିବା ପରେ ଦୁଇଟି ଫଟୋ ଟ୍ବିଟରରେ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଓ ଦକ୍ଷତାକୁ ନେଇ ଅନେକ ଲୋକେ ବହୁତ କିଛି ଶିଖିପାରିବେ ବୋଲି କହିଛନ୍ତି ପିଟି ଉଷା ।

ସେ ଟ୍ବିଟ କରି କହିଛନ୍ତି, ''ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ , ତାଙ୍କ ସହ ସାକ୍ଷାତ କରି ମୁଁ ବହୁତ ଖୁସୀ । ତାଙ୍କ ନେତୃତ୍ୱ ଓ ଦେଶ ପାଇଁ ତାଙ୍କର ସେବାକୁ ନେଇ ଅନେକ କିଛି ଶିଖିବାକୁ ମିଳିବ ।''

ଏହା ମଧ୍ୟ ପଢନ୍ତୁ-INDvsAUS Womens 4th T20I: ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ଦୌଡରାଣୀ ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଏଲ ନାଗେଶ୍ବର ରାଓଙ୍କ ନୀରିକ୍ଷଣରେ ହୋଇଥିବା ନିର୍ବାଚରେ ପିଟି ଉଷାଙ୍କ ନାମ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇଥିଲା। ଏହି ପଦବୀ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବାବେଳେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଆଇଓଏ ସଭାପତି ପଦ ଅଳଙ୍କୃତ କରିବାରେ ସେ ପ୍ରଥମ ମହିଳା । ୫୮ ବର୍ଷୀୟା ପିଟି ଉଷା ଏସିଆନ ଗେମ୍ସରେ ୪ଟି ସ୍ବର୍ଣ୍ଣ ଓ ୭ଟି ରୌପ୍ୟ ପଦକ ଭାରତ ପାଇଁ ଜିତିଛନ୍ତି । ୧୯୮୪ ଲସ୍‌ ଆଞ୍ଜଲିସ ଅଲମ୍ପିକ୍‌ସରେ ମାତ୍ର ୧/୧୦୦ ସେକେଣ୍ଡ ପାଇଁ ଅଳ୍ପକେ ୪୦୦ ମିଟର ମହିଳା ହର୍ଡଲ୍ସରେ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ ଉଷା ।

ABOUT THE AUTHOR

...view details