ଓଡିଶା

odisha

ETV Bharat / sports

ପିଟି ଉଷାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ ଅସୁବିଧା ବଢିଥିବା ଅଭିଯୋଗ - ପିଟି ଉଷା

ଦୌଡରାଣୀ ପିଟି ଉଷା କେରଳରେ ଥିବା ତାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି ହେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ଏକାଡେମୀ ନାଁରେ ଅଭିଯୋଗ ଆଣିଲେ ପିଟି ଉଷା
pt usha alleges security threat in her academy

By

Published : Feb 5, 2023, 10:41 AM IST

ନୂଆଦିଲ୍ଲୀ:ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷା ତଥା ଦୌଡରାଣୀ ପିଟି ଉଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । କେରଳର ବାଲୁସେରୀରେ ଥିବା ତାଙ୍କ ଏକାଡେମୀରେ ଉଚ୍ଛେଦ ଓ ଗୁଣ୍ଡାଗାର୍ଦ୍ଦି ହେଉଛି । ଏଠାରେ ଗୁଣ୍ଡାଗର୍ଦ୍ଦି କରାଯାଉଥିବାରୁ ପିଟି ଉଷା ମହିଳା ଆଥଲେଟଙ୍କ ସୁରକ୍ଷାକୁ ନେଇ ଚିନ୍ତାପ୍ରକାଶ କରିଛନ୍ତି । ଏନେଇ ପିଟି ଉଷା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହଯୋଗ ଲୋଡିଛନ୍ତି । ଏକାଡେମୀରେ ଚାଲିଥିବା ଏ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ବାଲୁସେରୀରେ ଉଷା ସ୍କୁଲ ଅଫ ଆଥଲେଟିକ୍ସ ଖୋଲି ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଏ ।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଉଷାଙ୍କ ଅଭିଯୋଗ ଅନୁଯାୟୀ କିଛି ଲୋକ ଏକାଡେମୀ ପରିସରରେ ବଳପୂର୍ବକ ପ୍ରବେଶ କରି ନିର୍ମାଣ କାର୍ଯ୍ୟ କରାଯାଉଛି । ଜୋରଜବରଦସ୍ତ କିଛି ଲୋକ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କାର୍ଯ୍ୟ ଆରମ୍ଭ ନେଇ ମ୍ୟାନେଜମେଣ୍ଟ ପଚାରିଥିବାରୁ ତାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗରେ ରହିଛି । ପୋଲିସରେ ଅଭିଯୋଗ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା । ନିଶାସକ୍ତ ବ୍ୟକ୍ତି ଏକାଡେମୀ ପରିସରରେ ଆଡ୍ଡା ଜମାଇଛନ୍ତି । ଏହି ଏକାଡେମୀରେ ସାରା ଦେଶରୁ ପିଲା ପ୍ରଶିକ୍ଷଣ ନିଅନ୍ତି । ତେଣୁ ଏ ଦିଗରେ ସମାଧାନ ବାଟ କାଢିବାକୁ ସମସ୍ତଙ୍କ ସହାୟତା ଲୋଡିଛନ୍ତି ପିଟି ଉଷା ।

ଏହା ବି ପଢନ୍ତୁ....Asia Cup 2023: ବାହାରିନରେ ବୈଠକରେ ସ୍ପଷ୍ଟ କଲେ ଜୟ ଶାହ, ପାକିସ୍ତାନ ଯିବନି ଟିମ ଇଣ୍ଡିଆ

ଖାଲି ସେତିକି ନୁହେଁ ସାମ୍ବାଦିକ ସମ୍ମିଳନୀରେ ପିଟି ଉଷା କାନ୍ଦି ପକାଇଥିବା ଦେଖିବାକୁ ମିଳିଛି । ସାଂସଦ ହେବା ପରେ ତାଙ୍କ ଉପରେ ଅଧିକ ନିର୍ଯାତନା ହୋଇଥିବା କହିଛନ୍ତି । ରାଜ୍ୟସଭା ସାଂସଦ ହେବାପରେ ଉଚ୍ଛେଦ ଓ ଗୁଣ୍ଡାଗର୍ଦ୍ଦି ବଢିବା ସହ ସ୍କୁଲକୁ ଟାର୍ଗେଟ କରାଯାଉଥିବା କହିଛନ୍ତି ପିଟି ଉଷା ।

ଗତବର୍ଷ ଡିସେମ୍ବର 10 ତାରିଖରେ ଭାରତୀୟ ଅଲମ୍ପିକ୍ସ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ । ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପିଟି ଉଷା । 58 ବର୍ଷୀୟ ପିଟି ଉଷା ଏସିଆନ ଗେମ୍ସରେ 4ଟି ସ୍ବର୍ଣଣ ଓ 7ଟି ରୌପ୍ୟ ପଦକ ଜିତିଛନ୍ତି । 1984 ଲସ ଅଞ୍ଜଲିସ ଅଲମ୍ପିକ୍ସରେ ମାତ୍ର 1/100 ସେକେଣ୍ଡ ପାଇଁ ଅଳ୍ପକେ 400 ମିଟର ମହିଳା ହର୍ଡଲ୍ସରେ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ । ରାଜ୍ୟସଭା ସାଂସଦ ମଧ୍ୟ ଅଛନ୍ତି ପିଟି ଉଷା ।

ABOUT THE AUTHOR

...view details