ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର କିଛି ଦିନ ବାକି । ତେବେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ଜୁଲାଇ 5 ସୁଦ୍ଧା ଏହି ମେଗା ଇଭେଣ୍ଟର ଉଦ୍ଘାଟନୀ ଉତ୍ସବରେ ଭାରତର ପତାକା କେଉଁ ଖେଳାଳିଙ୍କ ହାତରେ ରହିବ ଘୋଷଣା କରିବ । ଟୋକିଓ ଅଲମ୍ପିକ୍ସରେ ଏହି ଖେଳାଳି ଭାରତୀୟ ଅଲମ୍ପିକ ଟିମର ନେତୃତ୍ବ ନେବେ ।
ଏହି ଦୌଡରେ ସବୁଠୁ ଆଗରେ ରହିଛନ୍ତି ପିଭି ସିନ୍ଧୁ ଓ ବଜରଙ୍ଗ ପୁନିଆ । ମାତ୍ର କୌଣସି ଔପଚାରିକ ଘୋଷଣା ଏନେଇ ହୋଇନାହିଁ । ଜୁଲାଇ 5 ସୁଦ୍ଧା ଏହି ଖେଳାଳିଙ୍କ ଚୁଡାନ୍ତ ନାମ ଘୋଷଣା କରିବ IOA ।