ନୂଆଦିଲ୍ଲୀ:ସ୍ବାଧୀନତା ଦିବସରେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ପକ୍ଷରୁ ଆରମ୍ଭ ହୋଇଛି ଡିଜିଟାଲ କ୍ୟାମ୍ପେନ ''ଏକ ଇଣ୍ଡିଆ ଟିମ ଇଣ୍ଡିଆ'' । ଅଲମ୍ପିକ ଗେମ୍ସରେ ଭାରତୀୟ ଆଥଲେଟଙ୍କ 100ତମ ବର୍ଷ ପୂର୍ତ୍ତୀ ଅବସରରେ, ଦେଶର ଜାତୀୟ ଅଲମ୍ପିକ ପରିଷଦ ପକ୍ଷରୁ ଏକ ନୂଆ ନାମ ଓ ଲୋଗୋ ଉନ୍ମୋଚନ ହୋଇଛି ।
"2021ରେ ବିଶ୍ବ ସ୍ତରରେ ଯେବେ ଭାରତ ପ୍ରଦର୍ଶନ କରିବ, ସେବେ ଏକ ନୂଆ ପରିଚୟ ପାଇବ ।" ଏକ ମିଳିତ ଘୋଷଣାନାମାରେ ଏହା କହିଛନ୍ତି, ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ଓ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା । ଅଲମ୍ପିକ୍ସ ଗେମ୍ସ ଅଂଶଗ୍ରହଣରେ ଭାରତର 100ତମ ବର୍ଷକୁ ସ୍ମରଣୀୟ କରିବାକୁ ଭାରତୀୟ ଅଲମ୍ପିକ ଆସୋସିଏସନର ନବକଳେବର ହୋଇଛି ।
ନୂତନ ଲୋଗୋରେ, ପ୍ରତି ଭାରତୀୟଙ୍କ ପରିଚୟ ତ୍ରୀରଙ୍ଗା ରହିଛି । ଭାରତୀୟ ଆଥଲେଟଙ୍କ ଦୀର୍ଘ ବର୍ଷର କଠିନ ପରିଶ୍ରମ, ଏକତା, ଦଳଗତ ନିଷ୍ଠା, ଦେଶପ୍ରେମ ଓ ଏକତାର ମୂଲବୋଧକୁ ସମ୍ମାନ ଜଣାଇଛି ଭାରତୀୟ ଅଲମ୍ପିକ ଆସୋସିଏସନ ।