ଓଡିଶା

odisha

ETV Bharat / sports

ଅନ୍ତର୍ଜାତୀୟ ଅଲମ୍ପିକ ଦିବସ: ପଦକ ବିଜୟ ମୂହୂର୍ତ୍ତକୁ ମନେପକାଇଲେ ସାଇନା-ସୁଶୀଲ

ଅନ୍ତର୍ଜାତୀୟ ଅଲମ୍ପିକ ଦିବସ ଅବସରରେ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ବ୍ୟାଡମିଣ୍ଟନ ଷ୍ଟାର ସାସଇନା ନେହୱାଲ ପଦକ ବିଜୟ ବେଳର ସ୍ମୃତିଚାରଣ କରିଛନ୍ତି ।

By

Published : Jun 23, 2020, 12:40 PM IST

International Olympic day: Sushil Kumar, Saina Nehwal Share medal-winning memory
ଅନ୍ତର୍ଜାତୀୟ ଅଲମ୍ପିକ ଦିବସ: ପଦକ ବିଜୟ ମୂହୂର୍ତ୍ତକୁ ମନେପକାଇଲେ ସାଇନା-ସୁଶୀଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲମ୍ପିକ ଦିବସ ଅବସରରେ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ ପଦକ ବିଜୟ ବେଳର ସ୍ମୃତିଚାରଣ କରିଛନ୍ତି ।

ଅଲମ୍ପିକ ମେଡାଲ ତାଙ୍କର ଜୀବନ ବଦଳାଇ ଦେଇଥିବା କହିଛନ୍ତି ସୁଶୀଲ କୁମାର । 200 ଅଲମ୍ପିକ୍ସରେ ବ୍ରୋଞ୍ଜ ଓ 2012 ଲଣ୍ଡନ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେତା ହୋଇଥିଲେ । ତେବେ ଭିନ୍ନ ରଙ୍ଗର ପଦକ ଅର୍ଥାତ ସ୍ବର୍ଣ୍ଣ ପଦକ ବିଜୟ ପାଇଁ ସମସ୍ତଙ୍କ ଆର୍ଶୀବାଦ କାମନା କରିଛନ୍ତି ସୁଶୀଲ ।

ଅନ୍ୟପଟେ ସର୍ଟଲର ସାଇନା ନେହୱାଲ 2012 ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟ ବେଳର ସ୍ମୃତିକୁ ମନେ ପକାଇଛନ୍ତି । ଏହି ମୂହୂର୍ତ୍ତ କ୍ୟାରିୟର ସ୍ବତନ୍ତ୍ର ବୋଲି ସେ କହିଛନ୍ତି । ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିବାର ଦିନ 1999 ଠାରୁ ବାପାମାଆଙ୍କ ସ୍ବପ୍ନ ଥିଲା ଅଲମ୍ପିକ ପଦକ ବୋଲି ସାଇନା କହିଛନ୍ତି । ତେବେ ଏହି ସ୍ବପ୍ନ କଠିନ ପରିଶ୍ରମ, ବିଶ୍ବାସ ଓ ବଳିଦାନ ବଳରେ ବାସ୍ତବ ହୋଇପାରିଛି ।

ବର୍ଷ 1948 ଠାରୁ ପ୍ରତି ବର୍ଷ ଜୁନ 23ରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ ଦିବସ ପାଳନ କରାଯାଉଛି । ଅନେକ ପରିବର୍ତ୍ତନ ହୋଇଛି, ସମୟ ବଦଳିଛି ଆଧୁନିକତାରେ ଅଲମ୍ପିକ କ୍ରୀଡାରେ ବ୍ୟବସ୍ଥାଭିତ୍ତିକ ବ୍ୟାପକ ହୋଇଛି । ପୂର୍ବରୁ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଦେଶର ସମସ୍ତ ଅଲମ୍ପିକ ପଦକ ବିଜେତାଙ୍କୁ ଅଲମ୍ପିକ ଦିବସ ପାଳନ ଉତ୍ସବରେ ସାମିଲ ହେବାପାଇଁ ଅପିଲ କରିଥିଲେ । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଭାରତକୁ କ୍ରୀଡାର ପାୱରହାଉସ କରିବା ନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ।

ABOUT THE AUTHOR

...view details