ହାଇଦ୍ରାବାଦ:ଭାରତୀୟ ପାରା-ତୀରନ୍ଦାଜ ରାକେଶ କୁମାର, ଦୁବାଇରେ ଖେଳାଯାଉଥିବା ଫାଜା ୱାର୍ଲ୍ଡ ରାକିଂ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଜମ୍ମୁର ଏହି ଖେଳାଳିଙ୍କ କାହାଣୀ ଅତ୍ୟନ୍ତ ସଂଘର୍ଷମୟ ଓ ପ୍ରେରଣାଦାୟୀ ।
ବର୍ଷ 2017ରେ ସେ ତୀରନ୍ଦାଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ରାସ୍ତା କଡରେ ଏକ ଦୋକାନ ଚଳାଉଥିଲେ । ବର୍ଷ 2009ରେ ଏକ ବଡ ଦୁର୍ଘଟଣାର ଶିକାର ହେବାପରେ, ହ୍ବିଲ ଚେୟାର ସାହାରା ପାଲଟିଥିଲା। ଏହାପରେ ଭାଗ୍ୟକୁ ଦୋଷଦେଇ ସେ 3ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ।