ଓଡିଶା

odisha

ETV Bharat / sports

Indonesia Open: ଫାଇନାଲରେ ସାତ୍ତ୍ବିକ-ଚିରାଗ ଯୋଡି - ଇଣ୍ଡୋନେସିଆ ଓପନ 2023

ଇଣ୍ଡୋନେସିଆ ଓପନରେ ଭାରତୀୟ ବ୍ୟାଡମିଣ୍ଟନ ଯୋଡିଙ୍କ କମାଲ । ଫାଇନାଲରେ ପ୍ରବେଶ କରିଛନ୍ତି ସାତ୍ତ୍ବିକ ଚିରାଗ ଯୋଡି । ଅଧିକ ପଢନ୍ତୁ

Indonesia Open
ଫାଇନାଲରେ ସାତ୍ତ୍ବିକ-ଚିରାଗ ଯୋଡି

By

Published : Jun 18, 2023, 9:08 AM IST

ନୂଆଦିଲ୍ଲୀ: ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନରେ ଭାରତୀୟ ଯୋଡିଙ୍କ ଦମଦାର ପ୍ରଦର୍ଶନ । ପୁରୁଷ ଡବଲ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ସାତ୍ତ୍ବିକ-ଚିରାଗ ଯୋଡି । ଇଣ୍ଡୋନେସିଆ ଓପନରେ ବିଜୟ ଅଭିଯାନ ଜାରି ରଖି ରୌପ୍ୟ ପଦକ ପକ୍କା କରିଛନ୍ତି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ।

ପୁରୁଷ ଡବଲ୍ଡ ସେମିରେ ସାତ୍ତ୍ବିକ-ଚିରାଗ ଯୋଡିଙ୍କୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ସପ୍ତମ ସିଡ ଏହି ଭାରତୀୟ ଯୋଡି 17-21,21-19, 21-18 ଗେମରେ ବିଶ୍ବର 12 ନମ୍ବର କୋରିଆ ଯୋଡିଙ୍କୁ ପରାସ୍ତ କରିଛନ୍ତି । ମାତନ ହ୍ୟୁକ କାଙ୍ଗ ଓ ସିଓଙ୍ଗ ଜାଏ ସିଓ କୋରିଆ ଯୋଡିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଗେମରେ ପରାସ୍ତ ହେବା ପରେ ପରବର୍ତ୍ତୀ ଦୁଇଗେମରେ ଜବରଦସ୍ତ କମବ୍ୟାକ କରିଥିଲେ ଭାରତୀୟ ଯୋଡି । ଉଭୟ ପ୍ରଥମ ଥର ବିଶ୍ବ ଟୁର ସୁପର 1000 ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି ।

ବିଜୟ ପାଇଁ ସାତ୍ତ୍ବିକ-ଚିରାଗଙ୍କୁ 1 ଘଣ୍ଟା 7 ମିନିଟ ସମୟ ଲାଗିଥିଲା । କାଙ୍ଗ ଓ ସିଓଙ୍ଗ କୋରିଆ ଯୋଡିଙ୍କୁ ମୋଟ ଉପରେ 3 ଥର ପରାସ୍ତ କରିଥିବା ବେଳେ 2 ଥର ହାରିଛନ୍ତି ସାତ୍ତ୍ବିକ-ଚିରାଗ ଯୋଡି । ଫାଇନାଲରେ ଭାରତୀୟ ଯୋଡି ଦ୍ବିତୀୟ ସେମିଫାଇନାଲ ବିଜେତା ଇଣ୍ଡୋନେସିଆର ପ୍ରମୁଦ୍ୟ କୁସୁମାବର୍ଦ୍ଧନା-ୟେରେମିଆ ଏରିଚ ଯୋଡି କିମ୍ବା ଦ୍ବିତୀୟ ସିଡ ଯୋଡି ମାଲେସିଆର ଆରୋନ ଚିଆଜ ଉଇ ୟିକଙ୍କୁ ଭେଟିବେ ।

ଏହା ବି ପଢନ୍ତୁ...Duleep Trophy 2023: ଜୁନ୍‌ ୨୮ରୁ ଦୁଲୀପ ଟ୍ରଫି, ଯୁବ ତାରକାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଏହା ବି ପଢନ୍ତୁ...Badminton Asia Championships: ସ୍ବର୍ଣ୍ଣ ଜିତିଲେ ସାତ୍ତ୍ବିକ-ଚିରାଗ ଯୋଡି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ସେମିରେ ହାରିଲେ ପ୍ରଣୟ:ଇଣ୍ଡୋନେସିଆ ଓପନ ପୁରୁଷ ଏକକ ପ୍ରତିଯୋଗିତାରେ ଅଭିଜ୍ଞ ଭାରତୀୟ ଖେଳାଳି ଏଚଏସ ପ୍ରଣୟ ପରାସ୍ତ ହୋଇ ଅଭିଯାନ ଶେଷ କରିଛନ୍ତି । ଶନିବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ସପ୍ତମ ସିଜ ମାନ୍ୟତା ପାଇଥିବା ପ୍ରଣୟ 15-21,15-21 ସେଟରେ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଫଳରେ ପ୍ରଣୟଙ୍କର ଫାଇନାଲରେ ପ୍ରବେଶ କରିବା ସ୍ବପ୍ନ ଆଧାରେ ରିହିଛି । କ୍ବାର୍ଟର ଫାଇନାଲରେ ଜାପାନର କୋଡାଇ ନାରେକାଙ୍କୁ 21-18, 21-16 ସେଟରେ ହରାଇ ସେମିକୁ ଉତୀର୍ଣ୍ଣ ହୋଇଥିଲା ।

ପ୍ରକାଶଥାଉ କି, ସାତ୍ତ୍ବିକ-ଚିରାଗ ଯୋଡି ଗତ ମେ ମାସରେ ଅନୁଷ୍ଠିତ ଏସିଆ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଚମ୍ପିଆନ ହୋଇଥିଲେ । ମୋଲିସିଆ ଯୋଡିଙ୍କୁ ପରାସ୍ତ କରି ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ବ୍ୟାଡମିଣ୍ଟନ ଏସିଆ ଚମ୍ପିଆନସିପରେ 58ବର୍ଷ ପରେ ଦେଶକୁ ସ୍ବର୍ଣ୍ଣିମ ସଫଳତା ମିଳିଥିଲା ।

ABOUT THE AUTHOR

...view details