ଓଡିଶା

odisha

ETV Bharat / sports

ବିଗ 12 ଆଉଟଡୋର ଟ୍ରାକ ଫିଲ୍ଡ ଚମ୍ପିଆନସିପରେ ତେଜଶ୍ବିନୀଙ୍କୁ ସ୍ବର୍ଣ୍ଣ ପଦକ - ତେଜଶ୍ବିନୀ ଶଙ୍କରଙ୍କୁ ସ୍ବର୍ଣ୍ଣ ପଦକ

ଆମେରିକାରେ ଏକ ହାଇ ଜମ୍ପ୍ ପ୍ରତିଯୋଗିତାରେ ଚମକିଲେ ତେଜଶ୍ବିନୀ ଶଙ୍କର । ବିଗ 12 ଆଉଟଡୋର ଟ୍ରାକ ଫିଲ୍ଡ ଚମ୍ପିଆନସିପରେ ତେଜଶ୍ବିନୀ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ବିଗ 12 ଆଉଟଡୋର ଟ୍ରାକ ଫିଲ୍ଡ ଚମ୍ପିଆନସିପରେ ତେଜଶ୍ବିନୀଙ୍କୁ ସ୍ବର୍ଣ୍ଣ ପଦକ
ବିଗ 12 ଆଉଟଡୋର ଟ୍ରାକ ଫିଲ୍ଡ ଚମ୍ପିଆନସିପରେ ତେଜଶ୍ବିନୀଙ୍କୁ ସ୍ବର୍ଣ୍ଣ ପଦକ

By

Published : May 16, 2021, 5:54 PM IST

ନୂଆଦିଲ୍ଲୀ: ଆମେରିକାରେ ଏକ ହାଇ ଜମ୍ପ୍ ପ୍ରତିଯୋଗିତାରେ ଚମକିଲେ ତେଜଶ୍ବିନୀ ଶଙ୍କର । ବିଗ 12 ଆଉଟଡୋର ଟ୍ରାକ ଫିଲ୍ଡ ଚମ୍ପିଆନସିପରେ ତେଜଶ୍ବିନୀ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । 22 ବର୍ଷୀୟ ଆଥଲେଟ୍ ତେଜଶ୍ବିନୀ ଶଙ୍କର 2.28 ମିଟର ଉଚ୍ଚ ବାର୍ ଡେଇଁ ଏହି ସଫଳତା ହାସଲ କରିଛନ୍ତି । ତେବେ ଟୋକିଓ ଓଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଛନ୍ତି ଏହି ଆଥଲେଟ୍ ।

ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ 2.28 ମିଟର ଉଚ୍ଚ ବାର୍ ଡେଇଁବା ଆବଶ୍ୟକ ଥିଲା । 2019ର ବିଗ 12 ଆଉଟଡୋର ଟ୍ରାକ ଫିଲ୍ଡ ଚମ୍ପିଆନସିପରେ ମଧ୍ୟ ତେଜଶ୍ବିନୀ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ । ତେବେ 2020ରେ ମହାମାରୀ କୋରୋନା ଯୋଗୁଁ ଏହି ଚମ୍ପିଆନସିପକୁ ବାତିଲ କରାଯାଇଥିଲା ।

ଏହାସହ ଦିଲ୍ଲୀ ବାସିନ୍ଦା ତେଜସ୍ବିନୀ ଶଙ୍କର ବିଗ 12 ଆଉଟଡୋର ଟ୍ରାକ ଫିଲ୍ଡର ପୁରୁଷ ବିଭାଗରେ ଲଗାତାର ଦୁଇଥର ଚମ୍ପିଆନ ହୋଇ ରେକର୍ଡ କରିଛନ୍ତି । ସେ କ୍ୟାନସାସ ଷ୍ଟେଟ ୟୁନିଭର୍ସିଟିରେ ବିଜନେସ ଆଡମିନିଷ୍ଟ୍ରେସନର ଅଧ୍ୟୟନ କରୁଛନ୍ତି । ଚଳିତ ବର୍ଷ ଫେଡେରସନ କପରେ ଯୋଗ ଦେଇ ପାରିନଥିଲେ ତେଜଶ୍ବିନୀ । ଜାତୀୟ କଲେଜିଏଟ ଆଥଲେଟ ଆସୋସିଏସନ ଫେଡେରସନ କପ ଆୟୋଜକ ମଧ୍ୟରେ ତାରିଖ ଧାର୍ଯ୍ୟ ହୋଇ ପାରିନଥିଲା, ଫଳରେ ସେ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିନଥିଲେ ।

ପୂର୍ବଥର ଫେଡେରେସନ କପରେ ସେ 2.24 ମିଟର ଉଚ୍ଚ ବାର ଡେଇଁ କାଁଶ୍ୟ ପଦକ ହାସଲ କରିଥିଲେ । ତୃତୀୟ ଭାରତୀୟ ଭାବରେ ଆମେରିକାରେ ଏଭଳି ବଡ଼ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ତେଜଶ୍ବିନୀ ଶଙ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details