ବର୍ମିଂହାମ: ବ୍ୟାଡମିଣ୍ଟନ ଇଭେଣ୍ଟର ପୁରୁଷ ବିଭାଗ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଭାରତୀୟ ଯୋଡ଼ି ଚିରାଗ ସେଟ୍ଟୀ ସାତ୍ବିକସାଇରାଜ୍ ରାଙ୍କିରେଡ୍ଡି ବ୍ୟାଡମିଣ୍ଟନ ଯୁଗଳ ବର୍ଗର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାକୁ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ମୋଟ ୨୧ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ।
CWG 2022: ବ୍ୟାଡମିଣ୍ଟନ ପୁରୁଷ ଯୁଗଳ ବର୍ଗରେ ଭାରତକୁ ସ୍ବର୍ଣ୍ଣ ପଦକ - ସ୍ବର୍ଣ୍ଣ ପଦକ ଜିତିଲେ ସାତ୍ବିକ୍ ଓ ଚିରାଗ୍
ବ୍ୟାଡମିଣ୍ଟନ ଇଭେଣ୍ଟର ପୁରୁଷ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଚିରାଗ-ସାତ୍ବିକସାଇରାଜ୍ ଯୋଡ଼ି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ
![CWG 2022: ବ୍ୟାଡମିଣ୍ଟନ ପୁରୁଷ ଯୁଗଳ ବର୍ଗରେ ଭାରତକୁ ସ୍ବର୍ଣ୍ଣ ପଦକ CWG 2022: ବ୍ୟାଡମିଣ୍ଟନ ପୁରଷ ଯୁଗଳ ବର୍ଗରେ ଭାରତକୁ ସ୍ବର୍ଣ୍ଣ ପଦକ](https://etvbharatimages.akamaized.net/etvbharat/prod-images/768-512-16049545-thumbnail-3x2-badminton.jpg)
ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଯୋଡ଼ି ବିଶ୍ବ ମାନ୍ୟତା ୧୯ରେ ଥିବା ଇଂଲଣ୍ଡର ଯୋଡ଼ି ବେନ୍ ଲେନ୍ ଓ ସିନ୍ ଭେଣ୍ଡିଙ୍କୁ ଦୁଇଟି ସିଧା ସେଟ୍ରେ ପରାଜିତ କରିଛନ୍ତି । ପ୍ରଥମ ସେଟ୍ରେ ଚିରାଗ- ସାତ୍ବିକସାଇରାଜ୍ ଯୋଡ଼ି ୨୧-୧୫ରେ ବିଜୟ ହାସଲ କରିଥିବାବେଳେ, ଦ୍ବିତୀୟ ସେଟ୍ରେ ୨୧-୧୩ ପଏଣ୍ଟରେ ବିଜୟ ହାସଲ କରିଛି । ପ୍ରଥମ ସେଟ୍ ଆରମ୍ଭରୁ ଭାରତୀୟ ଯୋଡ଼ି ମ୍ୟାଚ୍ରେ ଆଗୁଆ ରହିଥିଲା । ଏହାପରେ ଦ୍ବିତୀୟ ସେଟ୍ରେ ସମାନ ପ୍ରଦର୍ଶନ ଜାରି ରହିଥିଲା ।
ଫଳରେ ମ୍ୟାଚ୍କୁ ଆଉ ଫେରି ପାରିନଥିଲେ ଇଂଲଶ ଯୋଡ଼ି । ବର୍ତ୍ତମାନ ସୁଦ୍ଧା ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ମୋଟ ୫୯ ପଦକ ହାସଲ କରି ସାରିଛି ।