ନୂଆଦିଲ୍ଲୀ: କୋଭିଡ-19 ଟିକାର ପ୍ରଥମ ଡୋଜ ନେଲେ ଅଲମ୍ପିକ୍ସ ପ୍ରସ୍ତୁତି ଚଳାଇଥିବା ସୁଟର, କୋଚ୍ ଓ ଅଧିକାରୀ ।
କ୍ରୋଏସିଆର ଜାଗ୍ରେବରେ ମେ 11ରେ ହେବାକୁ ଥିବା ୟୁରୋପିୟନ ଚମ୍ପିଆନସିପରେ ଭାଗ ନେବାକୁ ଭାରତ ଛାଡିବା ପୂର୍ବରୁ ସୁଟରଙ୍କୁ ଟିକା ଦିଆଯାଇଛି ।
"ସମସ୍ତ ସୁଟର ଟିକା ନେଇଛନ୍ତି । କିଛି ଜଣ ଦିଲ୍ଲୀରେ ନେଇଥିବାବେଳେ, କିଛି ସୁଟର ସେମାନଙ୍କର ହୋମ ଟାଉନରେ ନେଇଛନ୍ତି ।" ଭାରତୀୟ ନ୍ୟାସନାଲ ରାଇଫଲ ଆସୋସିଏସନ ସୂତ୍ରରୁ ଏହା କୁହାଯାଇଛି ।