ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର କିଛି ଦିନ ବାକିଥିବାବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ବଦଳିଯାଇଛି କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ନାମ । କିରଣ ରିଜିଜୁଙ୍କ ସ୍ଥାନରେ ପୂର୍ବତନ BCCI ସଭାପତି ଅନୁରାଗ ଠାକୁରଙ୍କୁ କ୍ରୀଡା ମନ୍ତ୍ରଣାଳୟ ଦାୟିତ୍ବ ମିଳିଛି । ତେବେ କ୍ରୀଡାକ୍ଷେତ୍ରରେ ଭାରତକୁ ଏକ ଶକ୍ତିଶାଳୀ ଦେଶ ବନାଇବାର ଯାତ୍ରା ଜାରି ରହିବ କହିଛନ୍ତି ବିଦାୟୀ କ୍ରୀଡ଼ା ମନ୍ତ୍ରୀ ରିଜିଜୁ ।
ମେ 2019ରେ କ୍ରୀଡାମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିଥିଲେ ରିଜିଜୁ । ଏବେ ଠାକୁରଙ୍କୁ କ୍ରୀଡା ମନ୍ତ୍ରଣାଳୟ ଦାୟିତ୍ବ ହସ୍ତାନ୍ତର କରିବେ ରିଜିଜୁ। ନୂତନ ସଂପ୍ରସାରିତ ମନ୍ତ୍ରୀମଣ୍ଡଳରେ ଠାକୁରଙ୍କୁ କ୍ରୀଡାମନ୍ତ୍ରଣାଳୟ ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ମିଳିଛି ।
(2006-2008)ରେ ମଣି ଶଙ୍କର ଆୟରଙ୍କ ପରେ ଠାକୁର ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ କ୍ରୀଡା ମନ୍ତ୍ରଣାଳୟ ଦାୟିତ୍ବ ସମ୍ଭାଳିବେ ।
ରିଜିଜୁଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟାକୁ ପଦନ୍ନୋତି ମିଳିଛି । ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି ରିଜିଜୁ ।
ଗୁରୁବାର ରିଜିଜୁଙ୍କ ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ବିଦାୟ କାଳୀନ ସମୋରୋହର ଆୟୋଜନ କରିଥିବା ଗଣମାଧ୍ୟକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି ରିଜିଜୁ । ଏଥିସହ ଭାରତକୁ ଏକ କ୍ରୀଡାରେ ନିପୁଣ ଶକ୍ତିଶାଳୀ ଦେଶ କରିବାକୁ ସମସ୍ତ ପ୍ରୟାସ ଜାରି ରହିବ କହିବା ସହ ନୂଆ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।