ନୂଆ ଦିଲ୍ଲୀ: ଭାରତୀୟ ଆଥଲେଟ ପିଟି ଉଷା ଶନିବାର 56 ବର୍ଷରେ ପାଦ ଦେଇଛନ୍ତି । ଏପଟେ ସୋସିଆଲ ମିଡିଆରେ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟୁଛି । ‘ପୟ୍ୟାଲି ଏକ୍ସପ୍ରେସ’ ଭାବେ ବେଶ୍ ଜଣାଶୁଣା ପିଟି ଉଷା ଏବେ ମଧ୍ୟ ଭାରତର ସବୁଠାରୁ ଶ୍ରେଷ୍ଠ ଆଥେଲେଟ ଭାବେ ପରିଚିତ ।
ଉଷା ତାଙ୍କ ଚମତ୍କାର କ୍ୟାରିଅରେ ଅନେକ ପଦକ ଜିତିଥିଲେ କିନ୍ତୁ 1984 ଲସ ଆଞ୍ଜେଲସ ଅଲିମ୍ପିକ୍ସରେ 400 ମିଟର ହର୍ଡଲ୍ସ ପ୍ରତିଯୋଗିତା ତାଙ୍କ କ୍ୟାରିଅରର ସର୍ବୋତ୍ତମ ମୂହୁର୍ତ୍ତ ମଧ୍ୟରୁ ଗୋଟିଏ ।
ସେ ସେକେଣ୍ଡର 1/100 ଦ୍ବାରା ଚତୁର୍ଥ ସ୍ଥାନ ହାସଲ କରି ଏକ ଛୋଟ ମାର୍ଜିନରୁ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । କିନ୍ତୁ ତାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ ଓ ଅନେକ ଟ୍ରଫି ଜିତିଥିଲେ ।
ଜାକର୍ତ୍ତାରେ 1985 ଏସିଆନ ଚାମ୍ପିଅନସିପରେ ସେ ପାଞ୍ଚଟି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ 1986 ଏସିଆନ ଗେମ୍ସରେ ଚାରିଟି ସ୍ବର୍ଣ୍ଣ ପଦକ ଜିତିଥିଲେ । 2000 ମସିହାରେ ଅବସର ନେବା ପୂର୍ବରୁ ସେ ଆହୁରି ଅନେକ ପଦକ ଜିତିଥିଲେ ।
କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ଉଷାଙ୍କୁ ତାଙ୍କ ଖାସ ଦିନରେ ଶୁଭେଚ୍ଛା ଜଣାଇ ଟ୍ବିଟରରେ ଲେଖିଛନ୍ତି, କିମ୍ବଦନ୍ତୀ ତଥା ଭାରତର ପ୍ରକୃତ ‘ଗୋଲ୍ଡେନ ଗାର୍ଲ' ପିଟି ଉଷାଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଏବେ ମଧ୍ୟ ଯୁବ ଆଥଲେଟଙ୍କୁ ତାଲିମ ଏବଂ ପ୍ରଶିକ୍ଷଣ ପ୍ରଦାନ କରି ଭାରତୀୟ କ୍ରୀଡ଼ାରେ ଅବଦାନ ଜାରି ରଖିଛନ୍ତି। ମୁଁ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟ୍ କରି କହିଛନ୍ତି, ମହାନ ଆଥଲେଟ୍, କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର୍, ପୂର୍ବତନ ଅଲିମ୍ପିଆନ୍, ଆମର ପଦ୍ମଶ୍ରୀ @PTUshaOfficial ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି।
@IANS