ହାଇଦ୍ରାବାଦ:ଖୁବଶୀଘ୍ର ହେବାକୁ ଯାଉଛି ଭାରତୀୟ ମୋଟର ସ୍ପୋର୍ଟ୍ସ ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ । ଭାରତୀୟ ରାସ୍ତାରେ ଦେଖିବାକୁ ମିଳିବ ବହୁ ପ୍ରତୀକ୍ଷିତ ଫର୍ମୁଲା ୱାନ ରେସ୍ (Formula E)। ହାଇଦ୍ରାବାଦ ଷ୍ଟ୍ରିଟ ସର୍କିଟ୍ ଆୟୋଜନ କରିବାକୁ ଯାଉଛି ଭାରତର ପ୍ରଥମ ଷ୍ଟ୍ରିଟ୍ ସର୍କିଟ୍ ରେସ୍, ଇଣ୍ଡିଆନ ରେସିଂ ଲିଗ୍(Indian Racing League) । ହୁସେନସାଗର ହ୍ରଦ କୂଳରେ ନଭେମ୍ବର ୧୯ ଓ ନଭେମ୍ବର ୨୦ ଓ ପରେ ଡିସେମ୍ବର ୧୦ ଓ ୧୧ରେ ଏହି ଆକର୍ଷଣୀୟ ରେସ୍ ଅନୁଷ୍ଠିତ ହେବ । ଏହି ରେସିଂ ପ୍ରତିଯୋଗିତାକୁ ନେଇ ଦେଶର ମୋଟର ସ୍ପୋର୍ଟ୍ସ ଫ୍ୟାନ୍ସ ଉତ୍ସାହିତ ହୋଇପଡିଛନ୍ତି । ହାଇଦ୍ରାବାଦ ପ୍ରଥମ ରାଉଣ୍ଡ ଓ ଚତୁର୍ଥ ରାଉଣ୍ଡ ପାଇଁ ଭେନ୍ୟୁ ରହିଛି । ପ୍ରଥମ ରାଉଣ୍ଡ ଚଳିତ ମାସ ୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ, ଡିସେମ୍ବର ୧୦ ଓ ୧୧ରେ ଚତୁର୍ଥ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଚେନ୍ନାଇରେ ଦ୍ବିତୀୟ ଓ ତୃତୀୟ ରାଉଣ୍ଡ ରେସ୍ ୨୫ରୁ ୨୭ ଓ ଡିସେମ୍ବର ୨ରୁ ୪ ଅନୁଷ୍ଠିତ ହେବ । ଏହି ମେଗା ରେସିଂ ପ୍ରତିଯୋଗିତାରେ ଭାଗନେଉଥିବା ୬ଟି ଟିମର ୪ଟି ଡ୍ରାଇଭର ରେସିଂ ଲିଗ୍ର ୪ଟି ରାଉଣ୍ଡରେ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଟିମରେ ଜଣେ ଲେଖାଏଁ ମହିଳା ଡ୍ରାଇଭର ରହିଛନ୍ତି । ୬ଟି ଟିମରେ ଘରୋଇ ଓ ବିଦେଶୀ ଡ୍ରାଇଭର ରହିଛନ୍ତି । ଚଳିତ ସିଜିନରେ ୨୪ ଡ୍ରାଇଭର ମଧ୍ୟରେ ୧୨ଜଣ ଅନ୍ତର୍ଜାତୀୟ ରେସିଂ ଡ୍ରାଇଭର ରହିଛନ୍ତି, ସେଥିମଧ୍ୟରୁ ୬ଜଣ ମହିଳା ରହିଛନ୍ତି ।
Indian Racing League: ଭାରତୀୟ ରାସ୍ତାରେ ପ୍ରଥମଥର ଦୌଡିବ ରେସିଂ କାର୍, ଘଣ୍ଟାପ୍ରତି ବେଗ ୨୫୦ କିଲୋମିଟର ଆସନ୍ତାବର୍ଷ ଫେବୃଆରୀରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଯାଉଥିବା FIA Formula E ରେସ୍ ପାଇଁ ଶନିବାର ଆରମ୍ଭ ହେଉଥିବା ସର୍କିଟ ସହାୟକ ହେବ । ମୋଟରସ୍ପୋର୍ଟ୍ସରେ ଫର୍ମୁଲା ୱାନ ହେଉଛି ପ୍ରମୁଖ ରେସ୍ । ତେବେ ଅଧିକାଂଶ ଡ୍ରାଇଭର ସିଧାସଳଖ ଫର୍ମୁଲା ୱାନ୍ରେ ପ୍ରତିନ୍ଦ୍ବନ୍ଦ୍ବୀତା କରିପାରନ୍ତି ନାହିଁ । ସେଠାରେ ପହଞ୍ଚିବାକୁ ସେମାନଙ୍କୁ ପ୍ରଥମେ F4ରୁ ଆରମ୍ଭ କରି F3 , F2 ପରେ F1ରେ ପ୍ରତିଯୋଗୀ ହେବାର ସୁଯୋଗ ମିଳିଥାଏ ।
ପ୍ରତିଭାବାନ ଭାରତୀୟ ଖେଳାଳିଙ୍କୁ ନେଇ ଗଠିତ IRL । ଏହି ଲିଗ୍ ଆମେରିକାର IndyCar ଓ ଜାପାନର ସୁପର ଫର୍ମୁଲା ପରି । IRLରେ ପ୍ରତ୍ୟେକ ରାଉଣ୍ଡରେ ଦୁଇଟି ସ୍ପ୍ରିଣ୍ଟ୍ସ ଓ ଗୋଟିଏ ଫ୍ୟୁଚର ରେସ୍ ରହିଥାଏ । ପ୍ରଥମ ସ୍ପ୍ରିଣ୍ଟ ରେସ୍ ଶନିବାର ହେବାକୁ ଯାଉଛି, ଏହା ରବିବାର ହେବାକୁ ଯାଉଥିବା ସ୍ପ୍ରିଣ୍ଟ ପାଇଁ ପୋଲ୍ ପୋଜିସନ ନିର୍ଦ୍ଧାରଣ କରିବ । ପ୍ରତ୍ୟେକ ଟିମରୁ ଦୁଇଟି ଲେଖାଏଁ କାର୍ ସ୍ପ୍ରିଣ୍ଟ ରେସ୍ରେ ପ୍ରତିନ୍ଦ୍ବନ୍ଦ୍ବୀତା କରିବେ ।
ମୋଟ ୧୨ଟି କାର୍ ୨୦ ମିନିଟ୍ ଧରି ଟ୍ରାକ୍ରେ ରେସ୍ କରିବେ । ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପାର୍ କରିବା ସୋପାନ(Lap) ସଂଖ୍ୟାକୁ ଭିତ୍ତିକରି ଟିମ ଗୁଡିକୁ ନମ୍ବର ମିଳିବ । ରବିବାର ଫ୍ୟୁଚର ରେସ୍ ଅନୁଷ୍ଠିତ ହେବ । ୪୦ ମିନିଟ୍ ରେସ୍ରେ ରହିବେ ମୋଟ୍ ୧୨ଟି କାର୍ ଓ ପ୍ରତ୍ୟେକ କାର୍ରେ ଦୁଇଜଣ ଲେଖାଏଁ ଡ୍ରାଇଭର ରହିବେ । ରେସ୍ ମଝିରେ ଡ୍ରାଇଭର ବଦଳିବା ନିୟମ ମଧ୍ୟ ରହିଛି ।
ହାଇଦ୍ରାବାଦ ଓ ଚେନ୍ନାଇରେ ସଂପୂର୍ଣ୍ଣ ୪ଟି ରାଉଣ୍ଡ ରେସ୍ ପରେ ସର୍ବାଧିକ ପଏଣ୍ଟ ହାସଲ କରିଥିବା ଟିମ ବିଜେତା ଘୋଷିତ ହେବ । ଚେନ୍ନାଇରେ 3.7 କିଲୋମିଟର ଟ୍ରାକ୍କୁ ଗୋଟିଏ ଲାପ୍(One lap) ଭାବେ ବିବେଚନା କରାଯିବ ଓ ହାଇଦ୍ରାବାଦରେ ୨.୭ କିଲୋମିଟର ଟ୍ରାକ୍କୁ ପ୍ରସ୍ତୁତ କରାଯାଇଛି । NTR ଗାର୍ଡେନ ନିକଟରେ ଏହି ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ଦର୍ଶକଙ୍କ ପାଇଁ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଷ୍ଟାର ସ୍ପୋର୍ଟ୍ସ ୨ ଏହି ରେସ୍ର ଲାଇଭ ପ୍ରସାରଣ କରିବ ।
ଅନଲାଇନରେ ଟିକେଟ ମଧ୍ୟ ବୁକ୍ କରିହେବ । ରେସିଂ ପ୍ରମୋସନ ପ୍ରାଇଭେଟ ଲିମିଟେଡ(RRPL) ଆନୁକୂଲ୍ୟରେ IRL ଆୟୋଜିତ ହେବ । ଇଟାଲିଆନ କାର୍ ପ୍ରସ୍ତୁତକର୍ତ୍ତା କମ୍ପାନୀ Wolf Racing ଦାୟିତ୍ବରେ ରହିଛି IRLରେ କାର୍ ଓ ଟେକ୍ନୋଲୋଜି ଦାୟିତ୍ବ । କାର୍ ଗୁଡିକ ଘଣ୍ଟାପ୍ରତି ୨୫୦ କିଲୋମିଟର ବେଗରେ ଗତିକରିବ ଓ ଇଞ୍ଜିନ ସାମର୍ଥ୍ୟର ୧.୧ ଲିଟର ବ୍ୟୟ କରିବ । କାର୍ର ଓଜନ ୩୮୦ କିଲୋଗ୍ରାମ ରହିଛି । ଫର୍ମୁଲା ୱାନ କାର୍ ଘଣ୍ଟାପ୍ରତି ସର୍ବାଧିକ ୪୦୦ କିଲୋମିଟର ବେଗରେ ରେସ୍ କରିପାରେ ।