ଓଡିଶା

odisha

ETV Bharat / sports

ରାସ୍ତାରେ ଚିପ୍ସ ବିକ୍ରି କଲେ ଦେଶର ପ୍ରଥମ ମହିଳା ପାରା ସୁଟର - ରାସ୍ତା କଡ଼ରେ ଦିଲରାଜ କୌର

ଦିନେ ସୁଟିଂ କ୍ରୀଡ଼ାରେ ଲକ୍ଷ୍ୟ ଭେଦ କରି ଯଶ କରିଥିବା ଏହି ପାରା ଆଥଲେଟଙ୍କ ଦୂରାବସ୍ଥା କହିଲ ନସରେ । ଆର୍ଥିକ ଦୂରାବସ୍ଥା ଯୋଗୁଁ ରାସ୍ତ କଡ଼ରେ ଚିପ୍ସ୍ ବିକ୍ରି କରୁଛନ୍ତି ଦେଶର ପ୍ରଥମ ପାରା ମହିଳା ସୁଟର । ଅଧିକ ପଢ଼ନ୍ତୁ...

para athlete selling chips packet
para athlete selling chips packet

By

Published : Jun 22, 2021, 5:43 PM IST

ଡେରାଡୁନ: ଆର୍ଥିକ ଦୂରାବସ୍ଥା ଯୋଗୁଁ ରାସ୍ତାକଡ଼ରେ ଚିପ୍ସ୍ ବିକ୍ରି କରୁଛନ୍ତି ଦେଶର ପ୍ରଥମ ପାରା ମହିଳା ସୁଟର । ଉତ୍ତରାଖଣ୍ଡର ଡେରାଡୁନରେ ରହୁଥିବା ମହିଳା ସୁଟର ଦିଲରାଜ କୌରଙ୍କୁ ଦିନେ ଏଭଳି ଦିନ ଦେଖିବାକୁ ପଡ଼ିବ ବୋଲି ସେ ଭାବି ନଥିଲେ । ଦିନେ ସୁଟିଂ କ୍ରୀଡ଼ାରେ ଲକ୍ଷ୍ୟ ଭେଦ କରି ଯଶ କରିଥିବା ଏହି ପାରା ଆଥଲେଟଙ୍କ ଦୂରାବସ୍ଥା କହିଲ ନସରେ ।

ଦିଲରାଜ କୌର ଅନ୍ତର୍ଜାତୀୟ ସ୍ତରରେ ଏକ ରୌପ୍ୟ ହାସଲ କରିଥିବା ବେଳେ ଜାତୀୟ ସ୍ତରରେ 24ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ସେ ବିଭିନ୍ନ ଜାତୀୟ ସ୍ତର ସୁଟିଂ ପ୍ରତିଯୋଗିତାରେ ଅନେକ ପଦକ ବିଜୟୀ ହୋଇଛନ୍ତି । କିନ୍ତୁ ତାଙ୍କ ବାପା ଓ ଭାଇଙ୍କ ମୃତ୍ୟୁ ପରେ ସେ ଏବେ ରାସ୍ତାକଡ଼ରେ ଚିପ୍ସ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଦିଲରାଜଙ୍କ ବାପାଙ୍କ ଅଜଣା ରୋଗର ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ କରି ଦେଇଥିଲେ । ଏହାର କିଛି ଦିନ ପରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାଙ୍କ ଭାଇ ମଧ୍ୟ ଏକ ଦୁର୍ଘଟଣାର ଶିକାର ହୋଇ ଘରେ ଶଯ୍ୟାଶାୟୀ ହୋଇ ରହିଥିଲେ ତାଙ୍କ ଚିକିତ୍ସାରେ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାପରେ ତାଙ୍କ ଭାଇ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ । ଏ ସମସ୍ତ ବାବଦକୁ ଦିଲରାଜ ବହୁ ଟଙ୍କା ଋଣ ମଧ୍ୟ କରିଛନ୍ତି ।

ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଦୁଇ ଓଳା ଦୁଇ ମୁଠା ଖାଇବାକୁ ଦିଲରାଜ ଓ ତାଙ୍କ ମାଆ ରାସ୍ତା କଡ଼ରେ ଚିପ୍ସ ଓ ଅନ୍ୟାନ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କୁ ଏକ ସରକାରୀ ଚାକିରୀ ଯୋଗାଇ ଦେବାକୁ ଦାବି ହୋଇଛି । ଯାହା ଫଳରେ ତାଙ୍କ ଦୁଃଖ ଲାଘବ ହୋଇ ପାରିବ ।

ଜଣେ ସଫଳ ସୁଟିଂ କ୍ରୀଡ଼ାବିତ୍ ସହ ଦିଲରାଜ ଜଣେ ସୁଦକ୍ଷ ପ୍ରଶିକ୍ଷକ । ସେ ଅନେକ କ୍ରୀଡ଼ାବିତଙ୍କୁ ତାଲିମ ଦେଇଛନ୍ତି । 2004 ତୃତୀୟ ଉତ୍ତରାଞ୍ଚଳ ରାଜ୍ୟସ୍ତରୀୟ ଚମ୍ପିଆନସିପରେ 10 ମିଟର ଏୟାର ପିସ୍ତଲ ସୁଟିଂରେ ସେ ସ୍ୱର୍ଣ୍ଣ ପଦକ ହାସଲ କରି କ୍ୟାରିଅର ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details