ଓଡିଶା

odisha

ETV Bharat / sports

କୁସ୍ତି ବିଶ୍ବକପରେ ଭାରତକୁ ରୌପ୍ୟ

କୁସ୍ତି ବିଶ୍ବକପରେ ଭାରତରେ ଚମକିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ । ମହିଳା 57 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଆଣିଲେ ଗୌରବ । ଅଧିକ ପଢନ୍ତୁ..

India's Anshu Malik grabs silver at Wrestling World Cup
କୁସ୍ତି ବିଶ୍ବକପରେ ଭାରତକୁ ରୌପ୍ୟ

By

Published : Dec 17, 2020, 7:36 PM IST

ବେଲଗ୍ରେଡ: କୁସ୍ତି ବିଶ୍ବକପରେ ଭାରତରେ ଚମକିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ । ମହିଳା 57 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ଅଂଶୁ । ଏଥିସହ ଏକମାତ୍ର ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭାବେ ବ୍ୟକ୍ତିଗତ ବିଶ୍ବକପ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି ।

ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚରେ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ଅଂଶୁ । ମୋଲଦୋଭାର ଅନସ୍ତସିଆଙ୍କ ଠାରୁ 1-5ରେ ପରାସ୍ତ ହେଇଛି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ଏହା ପୂର୍ବରୁ ଜୁନିୟର ରାଙ୍କରୁ ଆସିଥିବା ଅଂଶୁ ଏକାଧିକ ସିନିୟର ଲେଭଲ ଟୁର୍ଣ୍ଣାମେଣ୍ଟରେ ମେଡାଲ ବିଜେତା ରହିଛନ୍ତି ।

ପୂର୍ବରୁ ସେ ଚଳିତ ବର୍ଷ ନୂଆଦିଲ୍ଲୀରେ ହୋଇଥିବା ଏସିଆନ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ । ଜାନୁଆରୀରେ ରୋମରେ ହୋଇଥିବା ମାଟିଓ ପେଲିକୋନ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଥିଲେ ।

ସେମିଫାଇନାଲରେ ରୁଷିଆର ଭେରନିକା ଚୁମିକୋଭ ଓ କ୍ବାର୍ଟର ଫାଇନାଲରେ ଜର୍ମାନୀର ଲାଉରା ମାର୍ଟିନଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଅଂଶୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details