ଭୁବନେଶ୍ବର:ଟୋକିଓ ଅଭିମୁଖେ ଉଡାଣ ଭରିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ଅଲିମ୍ପିଆନ ଦୂତୀ ଚାନ୍ଦ ଟୋକିଓ ଅଲମ୍ପିକ ପାଇଁ ଟିକେଟ୍ ହାସଲ କରିବା ପରେ କିଛି ଦିନ ପାଇଁ ଭୁବନେଶ୍ବର ଆସିଥିଲେ। । ଦୂତୀ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଦ୍ବିତୀୟ ଥର ପାଇଁ ୧୦୦ ମିଟରରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ।
ରିଓ ଅଲମ୍ପିକ୍ସରେ କେବଳ ୧୦୦ ମିଟର ପ୍ରତିଯୋଗିତାରେ ଦୌଡ଼ିଥିଲେ । ଏଥର ସେ ଉଭୟ ୧୦୦ ଓ ୨୦୦ ମିଟରରେ ଦୌଡ଼ିବେ । ଜୁଲାଇ ୩୦ରୁ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବ ଓ ଦୂତୀ ଚାନ୍ଦ ପ୍ରଥମ ଦିନ ଆକ୍ସନରେ ନଜର ଆସିବେ । ଭାରତୀୟ ସମୟ ସକାଳ ୮.୧୦ ରୁ ୮.୫୮ ମଧ୍ୟରେ ମହିଳା ୧୦୦ ମିଟର ପ୍ରଥମ ରାଉଣ୍ଡ ହିଟ୍ସରେ ଦୂତୀ ଦୌଡିବାର ସୂଚୀ ରହିଛି । ଏଥିରେ ମୋଟ ୭ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି ।
ପ୍ରଥମ ରାଉଣ୍ଡକୁ ଯଦି ଦୂତୀ ପାର୍ କରନ୍ତି, ତେବେ ଅଲମ୍ପିକ ଷ୍ଟାଡିୟମର ଟ୍ରାକ୍ରେ ଜୁଲାଇ ୩୧ରେ ମହିଳା ୧୦୦ ମିଟର ସେମିଫାଇନାଲରେ ନଜର ଆସିବେ । ଅପରାହ୍ନ ୩.୪୫ରୁ ୪.୦୦ ମଧ୍ୟରେ ୩ଟି ସେମିଫାଇନାଲ ରେସ୍ ସୂଚୀ ରହିଛି ।
ଯଦି ପ୍ରଭୁ ଜଗନ୍ନାଥଙ୍କ ଆଶିଷ, ଓଡିଶାବାସୀ ଓ ଭାରତୀୟଙ୍କ ପ୍ରାର୍ଥନା ବଳରେ ଦୂତୀ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ସନ୍ଧ୍ୟା ୬.୨୦ରେ ମହିଳା ୧୦୦ ମିଟର ଫାଇନାଲରେ ନଜର ଆସିବେ ।
ପରେ ଗୋଟିଏ ଦିନର ବିଶ୍ରାମ ପରେ ଷ୍ଟାର ଭାରତୀୟ ଧାବିକା ମହିଳା ୨୦୦ ମିଟର ପ୍ରଥମ ରାଉଣ୍ଡ ହିଟ୍ସରେ ଅଂଶଗ୍ରହଣ କରିବେ । ଯାହାକି ଅଗଷ୍ଟ ୨ରେ ସକାଳ ୭.୦୦ଟାରୁ ୭.୪୮ ମଧ୍ୟରେ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି । ସମାନ ଦିନ ସେମିଫାଇନାଲ ରେସ୍ ମଧ୍ୟ ଅପରାହ୍ନ ୩.୫୫ରୁ ୪.୦୯ ମଧ୍ୟରେ ହେବାନେଇ ସୂଚୀ ରହିଛି ।
ମହିଳା ୨୦୦ ମିଟର ଫାଇନାଲ ଅଗଷ୍ଟ ୩ ସନ୍ଧ୍ୟା ୬.୨୦ରେ ହେବାନେଇ ସୂଚୀ ରହିଛି ।
ଉଦ୍ଘାଟନୀ ଉତ୍ସବ: ଜୁଲାଇ ୨୩ - ଅପରାହ୍ନ ୪.୩୦ରୁ ଆରମ୍ଭ
ଜୁଲାଇ ୩୦ରୁ ଟୋକିଓ ଅଲମ୍ପିକ୍ର ଆଥଲେଟିକ୍ ଇଭେଣ୍ଟ ଆରମ୍ଭ...