ମୁମ୍ବାଇ: ଭାରତୀୟ ମହିଳା ହକି ଦଳର ପୂର୍ବତନ ଗୋଲ କିପର ନୀନା ଆଶାଇକର ରାଣେଙ୍କ ଦେହାନ୍ତ । ମୁମ୍ବାଇ ହସ୍ପିଟାଲରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୧୯୭୪ ମସିହାରେ ସେ ପ୍ୟାରିସ ଏବଂ ଇଡେନବର୍ଗରେ ଦୁଇଟି ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ପ୍ୟାରିସରେ ଭାରତ କେବଳ ସେମିରେ ପ୍ରବେଶ କରିପାରିଥିଲା । ଏହାପରେ ୧୯୭୫ ମସିହାରେ ଭାରତ ମାଡ୍ରାସରେ ଷଷ୍ଠ ଦେଶ ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ନୀନା ସେତେବେଳେ ଭାରତୀୟ ଦଳର ଜଣେ ସଦସ୍ୟ ଥିଲେ । ସେ ମହାରାଷ୍ଟ୍ରରେ ଶ୍ରୀ ଶିବ ଛତ୍ରପତି ପୁରସ୍କାର ପାଇଥିଲେ । ନିଜ କ୍ୟାରିଅରରେ ବାଦ ସେ ସଞ୍ଜନ ହୋମ ନାମକ ଏକ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ସହିତ ଜଡିତ ଥିଲେ । ଭାରତୀୟ ମହିଳା ହକି ଟିମରେ ଗୋଲ କିପର ଭାବେର ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।