ଓଡିଶା

odisha

ETV Bharat / sports

FIH Ranking: ଷଷ୍ଠକୁ ଉଠିଲା ଭାରତୀୟ ମହିଳା ହକି ଦଳ - ଏଫଆଇଏଚ ରାଙ୍କିଙ୍ଗ

ଭାରତୀୟ ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଏହା ଦଳର ସର୍ବଶ୍ରେଷ୍ଠ ରାଙ୍କିଂ । ଅଧିକ ପଢ଼ନ୍ତୁ

FIH World Ranking
FIH World Ranking

By ETV Bharat Odisha Team

Published : Nov 8, 2023, 8:51 AM IST

ନୂଆଦିଲ୍ଲୀ: ଏସିଆନ ଚମ୍ଫିଆନ୍ସ ଟ୍ରଫିରେ ଅପରାଜେୟ ସହ ଚମ୍ଫିଆନ ହେବା ଭାରତୀୟ ମହିଳା ହକି ଦଳକୁ ମାନ୍ୟତାରେ ସଫଳତା ଆଣି ଦେଇଛି । ଭାରତୀୟ ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଭାରତର ଏହା ସର୍ବକାଳୀନ ସର୍ବେଶ୍ରେଷ ୱାର୍ଲ୍ଡ ରାଙ୍କିଂ । ନିକଟରେ ଶେଷ ହୋଇଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ଓ ଏସୀଆନ ଗେମ୍ସ ପ୍ରଦର୍ଶନ ଲାଗି ଭାରତର ଏଫଆଇଏଚ୍‌ ମାନ୍ୟତାରେ ବଡ଼ ଧରଣର ଉନ୍ନତି ହୋଇଛି ।

ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା । ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ଟାଇଟଲ ବିଜେତା ହୋଇଛି । ଏହା ପ୍ରଦର୍ଶନ ଆଧାରରେ ଦଳର ମାନ୍ୟତାରେ ଉନ୍ନତି ହୋଇଛି । 2368.83 ରେଟିଂ ପଏଣ୍ଟ୍‌ ସହ ଭାରତ ଷଷ୍ଠ ସ୍ଥାନ ଅଧିକାର କରିଛି । 3422.40 ପଏଣ୍ଟ ସହ ନେଦରଲାଣ୍ଡ ଟେବୁଲ ଟପରେ ରହିଛି । 2817.73 ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ଏବଂ 2766.90 ପଏଣ୍ଟ ସହ ଆର୍ଜେଣ୍ଟିନା ତୃ଼ତୀୟ ସ୍ଥାନରେ ରହିଛି । ବେଲଜିୟମ 2608.77 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଜର୍ମାନୀ 2573.72 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।

ଭାରତୀୟ ମହିଳା ଦଳର ସଫଳତା ପାଇଁ ତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଲେଖିଛନ୍ତି, "ଦଳର ଏହି ରାଙ୍କିଂ ପାଇଁ ଅନେକ ଶୁଭେଚ୍ଛା । ଖେଳାଳିମାନେ ସେମାନଙ୍କ ଜୀବନରେ କରିଥିବା ବଳିଦାନ ଓ କଠିନ ପରିଶ୍ରମର ଏହା ପରିଣାମ । ଆଗକୁ ଶୀର୍ଷ 3ମଧ୍ୟରେ ସ୍ଥାନ ପାଇବାକୁ ଆମେ ଲକ୍ଷ୍ୟ ରଖିବା । ପିଟର ହର୍ବଲ ଦଳ ସହିତ ମନସ୍ତତ୍ତ୍ବବିତ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବାରୁ ଖେଳାଳିମାନେ ମାନସିକ ଭାବେ ସମସ୍ତ ମୁକାବିଲା ପାଇଁ ଅଧିକ ମଜଭୁତ ରହିବେ ବୋଲି ଆଶା କରାଯାଉଛି ।"

ଏହା ବି ପଢନ୍ତୁ...Womens Asian Champions Trophy: ଜାପାନକୁ ହରାଇ ଟାଇଟଲ ହାତେଇଲା ଅପରାଜେୟ ଭାରତ

ପ୍ରକାଶ ଥାଉ କି, ଝାଡ଼ଖଣ୍ଡରେ ସଦ୍ୟ ସମାପ୍ତ ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ଦଳ ଚମ୍ପିଆନ ହୋଇଥିଲା । ଫାଇନାଲରେ ଜାପାନକୁ 4-0 ଗୋଲରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଏସିଆନ ଚମ୍ପିଆନ୍ସ ଟ୍ରଫି ହାତେଥିଲା ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିଲା । ଲିଗ ପର୍ଯ୍ୟାୟରେ ଥାଇଲାଣ୍ଡ, ମାଲେସିଆ, ଜାପାନ, କୋରିଆ, ଚୀନ ବିପକ୍ଷରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ । ଏହା ପରେ ଫାଇନାଲରେ ଜାପାନକୁ ମାତ୍‌ ଦେଇ ବାଜିମାରି ନେଇଥିଲା ।

ABOUT THE AUTHOR

...view details