ଓଡିଶା

odisha

ETV Bharat / sports

10 ପଦକରେ ମହିଳା ବକ୍ସିଂ ଟିମର ଏସିଆନ ବକ୍ସିଂ ଚମ୍ପିଆନସିପ ଅଭିଯାନ ଶେଷ - ଏସିଆନ ବକ୍ସିଂ ଚମ୍ପିଆନସିପ

ମୋଟ 10 ପଦକ ସହ ଭାରତୀୟ ମହିଳା ବକ୍ସିଂ ଟିମର ASBC ଏସିଆନ ବକ୍ସିଂ ଚମ୍ପିଆନସିପ 2021 ଅଭିଯାନ ଶେଷ । ଅଧିକ ପଢନ୍ତୁ...

Indian women sign off with 10 medals at 2021 Asian Boxing Championships
10 ପଦକରେ ମହିଳା ବକ୍ସିଂ ଟିମର ଏସିଆନ ବକ୍ସିଂ ଚମ୍ପିଆନସିପ ଅଭିଯାନ ଶେଷ

By

Published : May 31, 2021, 3:58 PM IST

ଦୁବାଇ:ଭାରତୀୟ ମହିଳା ବକ୍ସର ASBC ଏସିଆନ ବକ୍ସିଂ ଚମ୍ପିଆନସିପ 2021 ଅଭିଯାନ ଶେଷ କରିଛନ୍ତି । ରବିବାର ମୋଟ 10 ପଦକ ସହ ଅଭିଯାନ ଶେଷ କରିଛି ଭାରତୀୟ ମହିଳା ବକ୍ସିଂ ଟିମ । ଏଥିରେ ଗୋଟିଏ ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।

ରାନୀ

ବକ୍ସର ପୂଜା ରାନୀ 75 କିଲୋଗ୍ରାମ ବର୍ଗରେ ସଫଳତାର ସହ ନିଜର ଟାଇଟେଲ ବଜାୟ ରଖିଛନ୍ତି । ଉଜବେକିସ୍ତାନ ବକ୍ସର ମାରିନା ଭୋଲନଭାଙ୍କୁ ହରାଇ ଏସିଆନ ଚମ୍ପିଆନସିପରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫଳରେ 2019ରେ ସ୍ବର୍ଣ୍ଣ, 2012ରେ ରୌପ୍ୟ ଓ 2015ରେ ବ୍ରୋଞ୍ଜ ପରେ ଚମ୍ପିଆନସିପରେ ଏହା ପୂଜାଙ୍କ 4ର୍ଥ ପଦକ । ଅନ୍ୟପଟେ 51 କିଲୋଗ୍ରମ ବର୍ଗରେ ମେରୀକମ, 64 କିଲୋଗ୍ରାମ ବର୍ଗରେ ଲାଲବୁଆଟସାହି ଓ 81+ କିଲୋଗ୍ରାମ ବର୍ଗରେ ଅନୂପମା ନିଜର ଫାଇନାଲ ମୁକାବିଲାରେ ଅଳ୍ପକେ ବିଜୟରୁ ବଞ୍ଚିତ ହେବାସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ସେହିପରି 60 କିଲୋଗ୍ରାମ ବର୍ଗରେ ସିମ୍ରନଜିତ କୌର, 69 କିଲୋଗ୍ରାମ ବର୍ଗରେ ଲଭଲିନା ବୋରଗହେନ, 57 କିଲୋଗ୍ରାମ ବର୍ଗରେ ଜସମିନ, 54 କିଲୋଗ୍ରାମ ବର୍ଗରେ ସାକ୍ଷୀ ଚୌଧୁରୀ, 48 କିଲୋଗ୍ରାମରେ ମୋନିକା ଓ 81 କିଲୋଗ୍ରାମରେ ସ୍ବାତୀ ସେମିଫାଇନାଲରେ ଅଭିଯାନ ଶେଷ କରିବା ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details