ନୂଆଦିଲ୍ଲୀ:ଆଦ୍ରିଆଟିକ ପର୍ଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି । ମୋଟ 5ଟି ସ୍ବର୍ଣ୍ଣ ସହ, 3ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକରେ ଭାରତ ସନ୍ତୁଷ୍ଟ ହୋଇଛି ।
ଶେଷ ଦିନରେ 69 କିଲୋଗ୍ରାମ ବର୍ଗରେ ଅରୁନ୍ଧତୀ ଚୌଧୁରୀ ଓ 51 କିଲୋଗ୍ରାମ ବର୍ଗରେ ନାଓରେମ ବାବିରୋଜିସାନା ଚାନୁ ସ୍ବର୍ଣ୍ଣରେ ଚମକିଛନ୍ତି । ଏଥିସହ ଭାରତୀୟ ମହିଳା ଟିମ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମ ହେବାସହ ଟ୍ରଫି ବିଜେତା ହୋଇଛି ।