ଓଡିଶା

odisha

ETV Bharat / sports

ଅଲମ୍ପିକ ଗେମ୍ସ କ୍ରେଜ୍: ସୋସିଆଲ ମିଡିଆରେ ସର୍ବାଧିକ ଆଲୋଚନା କଲେ ଭାରତୀୟ ୟୁଜର

ଟୋକିଓ ଅଲମ୍ପିକରେ ଭାରତୀୟ କ୍ରୀଡ଼ାବିତଙ୍କ ସଫଳତା ପରେ ଅଲମ୍ପିକ ଗେମ୍ସକୁ ନେଇ ଦେଶବାସୀଙ୍କ ମନରେ ଏକ ଉତ୍ସାହ ଦେଖାଦେଇଛି । ଟୋକିଓ ଅଲମ୍ପିକ ଗେମ୍ସକୁ ନେଇ ସୋସିଆଲ ମିଡିଆରେ ଭାରତୀୟ ୟୁଜର ସବୁଠାରୁ ଅଧିକ ଚର୍ଚ୍ଚା କରିଥିଲେ । ଅଧିକ ପଢ଼ନ୍ତୁ...

ଅଲମ୍ପିକ ଗେମ୍ସ କ୍ରେଜ୍: ସୋସିଆଲ ମିଡିଆରେ ସର୍ବାଧିକ ଆଲୋଚନା କଲେ ଭାରତୀୟ ୟୁଜର
ଅଲମ୍ପିକ ଗେମ୍ସ କ୍ରେଜ୍: ସୋସିଆଲ ମିଡିଆରେ ସର୍ବାଧିକ ଆଲୋଚନା କଲେ ଭାରତୀୟ ୟୁଜର

By

Published : Aug 10, 2021, 10:32 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତୀୟ କ୍ରୀଡ଼ାବିତଙ୍କ ସଫଳତା ପରେ ଅଲମ୍ପିକ ଗେମ୍ସକୁ ନେଇ ଦେଶବାସୀଙ୍କ ମନରେ ଏକ ଉତ୍ସାହ ଦେଖାଦେଇଛି । ଟୋକିଓ ଅଲମ୍ପିକ ଗେମ୍ସକୁ ନେଇ ସୋସିଆଲ ମିଡିଆରେ ଭାରତୀୟ ୟୁଜର ସବୁଠାରୁ ଅଧିକ ଚର୍ଚ୍ଚା କରିଥିଲେ । ମହାମାରୀ ସମୟରେ ଲୋକଙ୍କ ମୁଁହରେ ହସ ଫୁଟାଇବାରେ ସହାୟକ ହୋଇଛି ଟୋକିଓ ଅଲମ୍ପିକ ଗେମ୍ସ । ଏଥିପାଇଁ ସୋସିଆଲ ମିଡିଆରେ ଅଲମ୍ପିକ ଗେମ୍ସ ବିଷୟରେ ଅଧିକ ସର୍ଚ୍ଚ କରିଛନ୍ତି ଦେଶବାସୀ । ଏଭଳି ଏକ ତାଲିକା ବର୍ତ୍ତମାନ ସାମ୍ନାକୁ ଆସିଛି ।

ଟୋକିଓ ଅଲମ୍ପିକରେ ଭାରତୀୟ କ୍ରୀଡ଼ାବିତ୍ ଭଲ ପ୍ରଦର୍ଶନ ଯୋଗୁଁ ଅଲମ୍ପିକ ବିଷୟରେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସର୍ଚ୍ଚ କରିଛନ୍ତି ଭାରତୀୟ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା । ସେହିଭଳି ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି । ଭାରତରେ କ୍ରିକେଟ ସବୁଠାରୁ ଅଧିକ ଲୋକପ୍ରିୟ ଖେଳ ଭାବରେ ବିବେଚନା କରାଯାଏ । ତେବେ ପ୍ରଥମ ଥର ପାଇଁ ଅଲମ୍ପିକ୍ ବିଷୟକୁ ନେଇ ଏତେ ମାତ୍ରାରେ ଚର୍ଚ୍ଚା କରାଯାଇଛି ।

ଏହା ସୋସିଆଲ ମିଡିଆ ସର୍ଭେରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଏହାଦ୍ବାରା ଆଗାମୀ ଦିନରେ କ୍ରିକେଟ ଭଳି ଅନ୍ୟ କ୍ରୀଡ଼ାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଟୋକିଓ ଅଲମ୍ପିକ ଗେମ୍ସକୁ ନେଇ ସୋସିଆଲ ମିଡିଆରେ ଭାରତୀୟ ୟୁଜର ସବୁଠାରୁ ଅଧିକ ଚର୍ଚ୍ଚା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details