ହାଇଦ୍ରାବାଦ:ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଗ୍ରୁପ 'ଏ' ରେ ଭାରତ ସହିତ ଆମେରିକା, ବ୍ରାଜିଲ, ଏବଂ ମରକ୍କୋ ରହିଛନ୍ତି । ନବୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଅଣ୍ଡର ୧୭ ମହିଳା ଫିଫା ବିଶ୍ବକପ ପାଇଁ ଭେନ୍ୟୁ ଘୋଷଣା ହୋଇଛି । ଭାରତ ଓ ଆମେରିକା ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ।
ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଥୋମାସ ଡେନରେବୀ କହିଛନ୍ତି, "ଭାରତୀୟ ମହିଳା ଦଳ ବିଶ୍ବକପ ପାଇଁ ପ୍ରସ୍ତୁତ ରହିଛନ୍ତି । ୧୭ ବର୍ଷରୁ କମ ମହିଳା ଫୁଟବଲ ଦଳ ପ୍ରଥମ ଥର ପାଇଁ ବିଶ୍ବକପରେ ଭାଗ ନେବାକୁ ଯାଉଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଗୋଟିଏ ଗୋଲ କରିଲେ ମଧ୍ୟ ଏହା ଭାରତୀୟ ଦଳ ପାଇଁ ବଡ ଉପଲବ୍ଧି ହେବ । ଆମେରିକାର ପଲ୍ଲା ଭାରି ରହିଥାଏ ପାରେ ହେଲେ ଭାରତୀୟ ମହିଳା ମଧ୍ୟ ସେମାନଙ୍କୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ରହିଛନ୍ତି । ଫୁଟବଲ ମ୍ୟାଚ ୯୦ରୁ ୯୫ ମିନିଟ ପର୍ଯ୍ୟନ୍ତ ଖେଳାଯାଇଥାଏ । ଆଉ ଏହି ଟାଇମ ମଧ୍ୟରେ ଆମେ ଆମେରିକାକୁ ହରାଇପାରିବା ।"
ଭାରତୀୟ ଖେଳସୂଚୀ :
ମଙ୍ଗଳବାର, ଅକ୍ଟୋବର ୧୧ - ଭାରତ ବନାମ ଆମେରିକା - ରାତି ୮ ଟା
ଶୁକ୍ରବାର, ଅକ୍ଟୋବର ୧୪ - ଭାରତ ବନାମ ମରକୋ - ରାତି ୮ ଟା
ସୋମବାର, ଅକ୍ଟୋବର ୧୭, ଭାରତ ବନାମ ବ୍ରାଜିଲ - ରାତି ୮ ଟା
ଶୁକ୍ରବାର, ଅକ୍ଟୋବର ୨୧, କ୍ବାର୍ଟର ଫାଇନାଲ - ଅପରାହ୍ନ ୪:୩୦
ଶନିବାର, ଅକ୍ଟୋବର ୨୨ , କ୍ବାର୍ଟର ଫାଇନାଲ - ଅପରାହ୍ନ ୪:୩୦