ଓଡିଶା

odisha

ETV Bharat / sports

ଜନ୍ମମାଟିରେ ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ

ଦେଶର ତାରକା ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଅତାବିରାରେ ପହଞ୍ଚିଛନ୍ତି |

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

By

Published : Oct 3, 2019, 10:30 PM IST

ବରଗଡ: ଦେଶର ତାରକା ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଅତାବିରାରେ ପହଞ୍ଚିଛନ୍ତି | ଏହି ଖବର ପାଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା | ପ୍ରମୋଦଙ୍କୁ ଭେଟିବା ପାଇଁ ସ୍ଥାନୀୟ ଲୋକଙ୍କ ଖୁବ ଭିଡ ଜମିଥିଲା |

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ରାଜ୍ୟ ତଥା ଦେଶର ଗୌରବ ପ୍ରମୋଦଙ୍କୁ ସମ୍ବଲପୁରରେ ଶହଶହ ଲୋକେ ଅପେକ୍ଷା କରି ରହିଥିଲେ । ଜନ୍ମମାଟିରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ ଜଣାଇ ସମ୍ବଲପୁର ଠାରୁ ଅତାବିରା ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା | ପ୍ରମୋଦ ଅତାବିରାରେ ପହଞ୍ଚି ପ୍ରଥମେ ମନ୍ଦିରକୁ ଯାଇ ମା ଦୂର୍ଗାଙ୍କୁ ଦର୍ଶନ କରିଥିଲେ | ସେଠାରେ ଅତାବିରା NAC ଓ ସ୍ଥାନୀୟ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପ୍ରମୋଦ ଭଗତ ସ୍ଵିଜରଲ୍ୟାଣ୍ଡର ବାସେଲ ଠାରେ ହୋଇଥିବା ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଦେଶ ପାଇଁ ଦୁଇଟି ସ୍ଵର୍ଣ୍ଣ ପଦକ ଜିତିଥିଲେ । ସାରା ଦେଶ ପ୍ରମୋଦଙ୍କର ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଗର୍ବିତ ହୋଇଛି । ଚଳିତ ବର୍ଷ ଜାତୀୟ କ୍ରୀଡା ଦିବସରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଓ ରାଜ୍ୟରେ କ୍ରୀଡାକ୍ଷେତ୍ରରେ ଶ୍ରେଷ୍ଠ ପୁରସ୍କାର ବିଜୁ ପଟ୍ଟନାୟକ ଖେଳ ସମ୍ମାନରେ ପ୍ରମୋଦ ସମ୍ମାନିତ ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details