ଓଡିଶା

odisha

ETV Bharat / sports

ଭାରତୀୟ କ୍ରୀଡାବିତ୍‌ ପାଳିଲେ 75ତମ ସ୍ବାଧୀନତା ଦିବସ - କ୍ରୀଡ଼ାବିତ୍‌ ପାଳିଲେ ସ୍ବାଧୀନତା ଦିବସ

ଭାରତର 75ତମ ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ବିଭାଗର କ୍ରୀଡ଼ାବିତ୍‌ମାନେ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Indian sportspersons celebrate 75th Independence Day
ଭାରତୀୟ କ୍ରୀଡାବିତ୍‌ ପାଳିଲେ 75ତମ ସ୍ବାଧୀନତା ଦିବସ

By

Published : Aug 15, 2021, 3:33 PM IST

ନୂଆଦିଲ୍ଲୀ:ଭାରତର 75ତମ ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ବିଭାଗର କ୍ରୀଡ଼ାବିତ୍‌ମାନେ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପତାକା ସାଥିରେ ନେଇ ସାରା ବିଶ୍ବରେ ପ୍ରତିନିଧିତ୍ବ କରିବା ସେମାନଙ୍କ ପାଇଁ କଣ ଗୁରୁତ୍ବ ରଖେ ସେନେଇ ଏହି ପବିତ୍ର ଦିନରେ ଖେଳାଳିମାନେ ବଖାଣିଛନ୍ତି ।

ବକ୍ସର ମେରୀ କମ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ ଓ ଭିଭିଏସ ଲକ୍ଷ୍ମଣଙ୍କ ସମେତ ଅନେତ ଖେଳାଳି ଭାରତର 75 ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମେରୀ କମ୍‌ ଲାଲକିଲ୍ଲାରେ ସ୍ବାଧିନତା ଦିବସ ସମାରୋହରେ ଉପସ୍ଥିତ ରହିଥିଲେ। ହକି କ୍ୟାପଟେନ ମନପ୍ରୀତ ସିଂହ, ରାନୀ ରାମପାଲ, ପିଭି ସିନ୍ଧୁ, ନୀରଜ ଚୋପ୍ରା, ଲଭଲିନା ବୋର୍ଗହେନ ଓ ଅନ୍ୟ ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ ।

ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଲାଲକିଲ୍ଲାରେ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବା ପରେ ଟ୍ବିଟରେ ଲେଖିଛନ୍ତି, "ଐତିହାସିକ ଲାଲକିଲ୍ଲାରେ ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହେବା ସମ୍ମାନର କଥା । ଯେବେ ମୁଁ ତ୍ରିରଙ୍ଗାକୁ ଉଚ୍ଚରେ ଉଡୁଥିବାର ଦେଖେ, ଜଣେ ଆଥଲେଟ୍‌ ଓ ଜଣେ ସୈନିକ ଭାବେ ମୋର ହୃଦୟ ଦେଶପ୍ରେମରେ ଭରିଯାଏ, ଭାବୁକ ହୋଇଯାଏ । ଜୟ ହିନ୍ଦ୍‌ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details