ଓଡିଶା

odisha

ETV Bharat / sports

'ଟୋକିଓରେ ଇତିହାସ ରଚିବେ ଭାରତୀୟ ପାରା ଆଥଲେଟ୍‌' - Deepa Malik on Tokyo Games

ଅଗଷ୍ଟ ୨୪ରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ପାରାଲମ୍ପିକ୍‌ସରେ ଇତିହାସ ରଚିବ ଭାରତୀୟ ଟିମ । ଅଧିକ ପଢନ୍ତୁ...

Indian para-athletes will create history in Tokyo Games: Deepa Malik
'ଟୋକିଓରେ ଇତିହାସ ରଚିବେ ଭାରତୀୟ ପାରା ଆଥଲେଟ୍‌'

By

Published : Aug 12, 2021, 6:27 PM IST

ନୂଆଦିଲ୍ଲୀ: ରିଓ ପାରାଲମ୍ପିକ୍‌ସ ରୌପ୍ୟ ବିଜୟିନୀ ଦୀପା ମଲିକଙ୍କ ବଡ ବୟାନ । ଅଗଷ୍ଟ ୨୪ରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ପାରାଲମ୍ପିକ୍‌ସରେ ଇତିହାସ ରଚିବ ଭାରତୀୟ ଟିମ । ଏହା କହିଛନ୍ତି ଭାରତୀୟ ପାରାଲମ୍ପିକ୍‌ କମିଟି(PCI) ମୁଖ୍ୟ ଦୀପା ମଲିକ । ଏହି ସଂସ୍କରଣର ପାରାଲାମ୍ପିକ୍‌ସରେ ଭାରତ ସର୍ବବୃହତ ଟିମ ପଠାଉଛି ।

ମୋଟ ୯ଟି ଭିନ୍ନ ଖେଳରେ ୫୪ ଜଣ ପାରା-ଆଥଲେଟ୍‌ ଟୋକିଓ ପାରାଲମ୍ପିକ୍‌ରେ ଭାରତର ପ୍ରତିନିଧିତ୍ବ କରିବେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୫୪ ଜଣ ଭାରତୀୟ ପାରାଆଥଲେଟଙ୍କ ମଧ୍ୟରେ ୨୪ଜଣ ଆଥଲେଟ୍‌ ଶୀର୍ଷ ୩ ମାନ୍ୟତାରେ ରହିଛନ୍ତି । ଏହା ବୟାନ କରୁଛି ଭାରତୀୟ ଟିମ କେତେ ଶକ୍ତିଶାଳୀ । ସୁଟିଂ ଓ ବ୍ୟାଡମିଣ୍ଟନରେ ବିଶ୍ବରେ ଶୀର୍ଷ ମାନ୍ୟତାରେ ରହିଛନ୍ତି ଭାରତୀୟ ଖେଳାଳି । ଫଳରେ ଟୋକିଓ ପାରାଲମ୍ପିକ୍‌ରେ ଭାରତ ଇତିହାସ ରଚିବ କହିଛନ୍ତି ଦୀପା ମଲିକ ।

ଅଗଷ୍ଟ ୨୪ରୁ ଟୋକିଓ ପାରାଲମ୍ପିକ୍‌ସ ଆରମ୍ଭ ହେବାଥିବାବେଳେ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ । ତେବେ ଅଗଷ୍ଟ ୨୭ରୁ ପୁରୁଷ ଓ ମହିଳା ତୀରନ୍ଦାଜ ଇଭେଣ୍ଟରୁ ଭାରତ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details