ଦୋହା(କ୍ବାତାର):ଇତିହାସ ରଚିଲା ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ । ଦୋହାରେ ଆୟୋଜିତ ଏସିଆନ ଟେବୁଲ ଟେନିସ ଚମ୍ପିଆନସିପ୍ ୨୦୨୧ରେ ପଦକ ବିଜେତା ହୋଇଛି ଭାରତ ।
ଜି ସାଥିଆନସ, ସରଥ କମଲ, ହରମିତ ଦେଶାଇ, ସାନିଲ ସେଟ୍ଟୀ ଓ ମାନବ ଥାକର ଶୁକ୍ରବାର ଦକ୍ଷିଣ କୋରିଆ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ୦-୩ରେ ପରାସ୍ତ ହେବାସହ ବ୍ରୋଞ୍ଜ ପଦକ ବିଜେତା ହୋଇଛି ।
ଏହା ୧୯୭୬ ପରେ ଏସିଆନ ଚମ୍ପିଆନସିପ୍ରେ ଭାରତର ଦ୍ବିତୀୟ ପଦକ । ଏହି ଐତିହାସିକ ପ୍ରଦର୍ଶନ ପରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ(SAI) ଟ୍ବିଟ ଯୋଗେଁ ଟେବୁଲ ଟେନିସ ଟିମକୁ ଶୁଭେଚ୍ଛା ଜଣାଇଛି ।
ନିଜର ଲମ୍ବା କ୍ୟାରିୟରରେ ପ୍ରଥମ ଥର ପାଇଁ ଏସିଆନ ଚମ୍ପିଆନସିପ ସେମିଫାଇନାଲ ଭାରତ ଖେଳିଥିବାରୁ ଖୁସିର ସହିତ ଟ୍ବିଟ କରିଥିଲେ ଭେଟେରାନ ଭାରତୀୟ ଟେବୁଲ ଟେନିସ ଖେଳାଳି ସରଥ କମଲ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ