ଓଡିଶା

odisha

ETV Bharat / sports

ମୋଦିଙ୍କ ବାସଭବନରେ ଅଲମ୍ପିକ୍‌ ଆଥଲେଟ୍‌, ସିନ୍ଧୁଙ୍କ ସହ ଖାଇଲେ ଆଇସ୍‌କ୍ରିମ୍‌ - ପିଭି ସିନ୍ଧୁ

ଭାରତୀୟ ଆଥଲେଟ୍‌ଙ୍କୁ ନିଜ ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

Indian Men's Olympics Hockey team presents autographed hockey to PM Modi
ମୋଦିଙ୍କ ବାସଭବନରେ ଅଲମ୍ପିକ୍‌ ଆଥଲେଟ୍‌, ସିନ୍ଧୁଙ୍କ ସହ ଖାଇଲେ ଆଇସ୍‌କ୍ରିମ୍‌

By

Published : Aug 16, 2021, 4:21 PM IST

ନୂଆଦିଲ୍ଲୀ: ଭାରତୀୟ ଆଥଲେଟ୍‌ଙ୍କୁ ନିଜ ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟ୍‌ଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ଅବସରରେ ଭାରତୀୟ ପୁରୁଷ ହକି ଟିମ ଅଟୋଗ୍ରାଫ ଥିବା ଏକ ହକି ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି । ପୁରୁଷ ହକି ଟିମ ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍‌ରେ ପଦକ ଜିତିଛି ।

ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ପ୍ରଧାନମନ୍ତ୍ରୀ

ଭାରତୀୟ ଟୋକିଓ ଅଲମ୍ପିକ ଟିମ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭, ଲୋକକଲ୍ୟାଣ ମାର୍ଗ ଅଫିସିଆଲ ବାସଭବନରେ ପହଞ୍ଚି ବ୍ରେକ୍‌ଫାଷ୍ଟ କରିଥିଲେ । ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟରେ ଭାରତର ପ୍ରଥମ ସ୍ବର୍ଣ୍ଣ ବିଜେତା ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା, ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ସିନ୍ଧୁଙ୍କ ସହିତ ଆଇସ୍‌କ୍ରିମ ଖାଇବାର ପ୍ରୋମିଜ୍‌ ମଧ୍ୟ ପୂରଣ କରିଥିଲେ ।

କୁସ୍ତି ଟିମ ସହ ପ୍ରଧାନମନ୍ତ୍ରୀ ମୋଦି

ପରେ ଅଲମ୍ପିକ୍‌କୁ ଯାଇଥିବା ଭାରତୀୟ କୁସ୍ତି ଟିମ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜର ସ୍ବାଧୀନତା ଦିବସ ଭାଷଣରେ ରବିବାର ଭାରତୀୟ ଅଲମ୍ପିକ୍‌ ଆଥଲେଟ୍‌ଙ୍କୁ ପ୍ରଶଂସା କରିଥିଲେ । ଦେଶପାଇଁ ଗୌରବ ଆଣିଥିବା ଓ ଭବିଷ୍ୟତ ପିଢିଙ୍କ ପାଇଁ ପ୍ରେରଣ ହୋଇଥିବା ଅଲମ୍ପିକ ଆଥଲେଟ୍‌ଙ୍କ ପାଇଁ ଦେଶବାସୀ ଗର୍ବିତ ବୋଲି କହିଥିଲେ ମୋଦି ।

ହକି କ୍ୟାପଟେନ ମନପ୍ରୀତଙ୍କ ସହ ମୋଦି

ଭାରତ ସଦ୍ୟ ସମାପ୍ତ ଅଲମ୍ପିକ୍‌ ଖେଳରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସହ ମୋଟ ୭ଟି ପଦକ ହାସଲ କରିଥିଲା । ଏହା ଅଲମ୍ପିକ୍‌ରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ୨୦୨୦ ପାରାଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଭାରତୀୟ ପାରା-ଆଥଲେଟ୍‌ ଟିମ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମଙ୍ଗଳବାର ଦିନ ୧୧.୦୦ଟାରେ କଥା ହେବାର କାର୍ଯ୍ୟକ୍ରମ ରହିଛି ।

ହକି ଟିମ ସହିତ ପ୍ରଧାନମନ୍ତ୍ରୀ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details