ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଶେଷ ଦିନରେ ପୁରୁଷ ହକି ଇଭେଣ୍ଟରେ ରୌପ୍ୟ ପଦକ ସହ ଅଭିଯାନ ଶେଷ କରିଛି ଭାରତ । ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ୭-୦ ବଡ ବ୍ୟବଧାନରେ ପରାଜିତ ହେବାପରେ ହକିରେ କମନୱେଲ୍ଥ ସ୍ବର୍ଣ୍ଣ ଅପେକ୍ଷା ବଢିଛି । ଭାରତୀୟ ପୁରୁଷ ହକି ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଠ ହେବାକୁ ପଡ଼ିଛି । ପୂର୍ବରୁ ୨୦୧୦ରେ ଦିଲ୍ଲୀରେ ଓ ୨୦୧୪ରେ ଗ୍ଳୋସଗୋରେ ରୌପ୍ୟ ପଦକ ଜିତିଥିଲା ଭାରତ । ଅନ୍ୟପଟେ ୧୯୯୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ହକି ସାମିଲ ହେବାପରେ ସମସ୍ତ ୭ଟି ସ୍ବର୍ଣ୍ଣ ପଦକ ଅଷ୍ଟ୍ରେଲିଆ ଜିତିବା ସହ ନିଆରା ରେକର୍ଡ କରିଛି ।
ଫାଇନାଲ ମ୍ୟାଚ୍ରେ କ୍ୟାପଟେନ ମନପ୍ରୀତ ସିଂଙ୍କ ଆହତ ଭାରତ ପାଇଁ ମହଙ୍ଗା ପଡିଥିଲା । ଫଳରେ ଲିଗ ପର୍ଯ୍ୟାୟରେ ଅପରାଜେୟ ଓ ନିଜ ପୁଲ୍ରେ ଶୀର୍ଷରେ ରହିଥିବା ଭାରତୀୟ ଟିମକୁ ଫାଇନାଲରେ ଫର୍ମରେ ଦେଖିବାକୁ ମିଳନଥିଲା । ଫରୱାର୍ଡ ଫେଲ୍ ମାରିଥିଲେ, ଡିଫେନ୍ସ ସାଧାରଣ ରହିଥିଲା । ଫଳରେ ହାର ଫାଇଦା ଉଠାଇ ଗୋଲ୍ ପରେ ଗୋଲ୍ ସ୍କୋର କରିବା ସହ ଭାରତୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିଥିଲେ କଙ୍ଗାରୁ ଖେଳାଳି ।