ଟୋକିଓ:ଚଳିତ ଟୋକିଓ ଅଲମ୍ପିକରେଭାରତୀୟ ପୁରୁଷ ହକି ଟିମକୁ ମିଳିଛି ବଡ ପରାଜୟ । ପୁଲ୍ ଏ ମୁକାବିଲାରେ ଅଷ୍ଟ୍ରେଲିଆ ୭-୧ ଅନ୍ତରରେ ଭାରତକୁ ହରାଇଛି । ଭାରତୀୟ ଟିମ ଆରମ୍ଭରୁ ମ୍ୟାଚ୍ରେ ପଛୁଆ ହୋଇଯାଇଥିଲା । ପରେ ଅଷ୍ଟ୍ରେଲୀୟ ଖେଳାଳି କମବ୍ୟାକ କରିବାକୁ ମନପ୍ରୀତ ବାହିନୀକୁ ସୁଯୋଗ ଦେଇନଥିଲେ । ଭାରତୀୟ ଟିମ ଚଳିତ ଟୋକିଓ ଅଲମ୍ପିକ୍ରେ ଏଯାବତ ଦୁଇଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ମିଳିଛି ।
ଭାରତୀୟ ଟିମ ପରବର୍ତ୍ତୀ ମୁକାବିଲା ଆର୍ଜେଣ୍ଟିନା ଓ ଜାପାନ ବିପକ୍ଷରେ ଖେଳିବାନେଇ ସୂଚୀ ରହିଛି । ମଙ୍ଗଳବାର, ସ୍ପେନ ବିପକ୍ଷରେ ଖେଳିବ ମନପ୍ରୀତ ବାହିନୀ । ପୂର୍ବରୁ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍ରେ ଶନିବାର ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ହକି ଟିମ ଇଣ୍ଡିଆ ।