ପଟିଆଲା:ଷ୍ଟାର ଧାବିକା ଦୂତୀ ଚାନ୍ଦ ଓ ହିମା ଦାସଙ୍କୁ ନେଇ ଭାରତୀୟ ମହିଳା 4x100 ମିଟର ରିଲେ ଟିମ, ସୋମବାର ପଟିଆଲାରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ(IGP)4 ରେ ନୂଆ ନ୍ୟାସନାଲ ରେକର୍ଡର ଅଧିକାରୀ ହୋଇଛି ।
ହିମା, ଦୂତୀ, ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁସେନ୍ତ୍ରନ 43.37 ସେକେଣ୍ଡରେ ଦୌଡ ଶେଷ କରିଛନ୍ତି । ଯାହାକି ପୂର୍ବରୁ ଥିଲା ଶ୍ରେଷ୍ଠ ପ୍ରଦର୍ଶନ ଠାରୁ 5 ସେକେଣ୍ଡ କମ । 2016ରେ ପୂର୍ବରୁ 42.43 ସେକେଣ୍ଡ ଏହି ଇଭେଣ୍ଟର ରେକର୍ଡ ଥିଲା । ଏନେଇ ଭାରତୀୟ ଆଥଲେଟିକ୍ସ ମହାସଂଘ(AFI) ଘୋଷଣା କରିଛି ।