ଓଡିଶା

odisha

ETV Bharat / sports

କଳିଙ୍ଗ ଷ୍ଟାଡିଅମରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ-4 ଅନୁଷ୍ଠିତ, ପୁଣି ଶ୍ରାବଣୀ ପ୍ରଥମ - କଳିଙ୍ଗ ଷ୍ଟାଡିଅମରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4

ରାଜଧାନୀ କଳିଙ୍ଗ ଷ୍ଟାଡିଅମରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 3ର ସଫଳ ଆୟୋଜନ ପରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4 ଅନୁଷ୍ଠିତ ହୋଇଯାଇଛି । ମହିଳା 100 ମିଟର ଦୌଡରେ ପୁଣି ଥରେ ଚମକିଛନ୍ତି ଓଡିଆ ତାରକା ଶ୍ରାବଣୀ ନନ୍ଦ । ଅଧିକ ପଢନ୍ତୁ

ପୁଣି ଶ୍ରାବଣୀ ପ୍ରଥମ
ପୁଣି ଶ୍ରାବଣୀ ପ୍ରଥମ

By

Published : May 25, 2022, 9:00 AM IST

ଭୁବନେଶ୍ବର: ରାଜଧାନୀ କଳିଙ୍ଗ ଷ୍ଟାଡିଅମରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 3ର ସଫଳ ଆୟୋଜନ ପରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4 ଅନୁଷ୍ଠିତ ହୋଇଯାଇଛି । ମହିଳା 100 ମିଟର ଦୌଡରେ ପୁଣି ଥରେ ଚମକିଛନ୍ତି ଓଡିଆ ତାରକା ଶ୍ରାବଣୀ ନନ୍ଦ । ଗ୍ରାଣ୍ଡ ପ୍ରିକ୍ସ 3ରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ଶ୍ରାବଣୀ 4ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଓଡିଶାକୁ ଗର୍ବିତ କରିଛନ୍ତି ।

f

4 ବର୍ଷ ପରେ ଘରୋଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଶ୍ରାବଣୀ । 100 ମିଟର ବର୍ଗରେ ହୋଇଥିବା ଦୁଇଟି ରେସର ଟାଇମିଂକୁ ମିଶାଇ ଶ୍ରାବଣୀଙ୍କ ଟାଇମିଂ 11. 87 ରହିଥିଲା । ଦୁଇଟି ଯାକ ରେସରେ ସେ ଏକମାତ୍ର ଖେଳାଳି ଭାବେ ମଧ୍ୟ 12 ସେକେଣ୍ଡରୁ କମ ଟାଇମିଂ ପାଇଥିଲ । ଅନ୍ୟପଟେ ଜାଭେଲିନ ଥ୍ରୋ, 100 ମିଟର ରେସ ପୁରୁଷ, ହାଇ ଜମ୍ପ, 300 ମିଟର ଷ୍ଟ୍ରିପେଲ ରେସ ଆଦି ଆୟୋଜିତ ହୋଇଯାଇଛି । 100 ମିଟର ପୁରୁଷ ରେସରେ ଓଡ଼ିଶାର ଅମୀୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆର୍ୟନ ଏକ୍କା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି।

100 ମିଟରରେ 4ଟି ରେସ ଖେଳାଯାଇଥିବା ବେଳେ ଅମୀୟ ସବୁଠୁ କମ ସମୟ 10.74 ସେକେଣ୍ଡରେ ପ୍ରଥମ ସ୍ଥାନ ଓ ଆର୍ୟନ ଏକ୍କା 10.86 ସେକେଣ୍ଡରେ ଅତିକ୍ରମ କରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହିଳା 100 ମିଟର ରେସରେ ରଂଜିତା ମହାନ୍ତ 12.84 ସେକେଣ୍ଡ ଏବଂ ଶ୍ରାବଣୀ ନନ୍ଦ 11.87 ସେକେଣ୍ଡରେ ସମାପ୍ତ କରିଥିଲେ । ଉଭୟ ଶ୍ରାବଣୀ ନନ୍ଦ ଏବଂ ଅମୀୟ ମଲ୍ଲିକ ପ୍ରଦର୍ଶନକୁ ନେଇ ବିଶେଷ ଖୁସି ବ୍ୟକ୍ତ କରି ନାହାନ୍ତି ଏବଂ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ।

ସେହିପରି ଇଣ୍ଡିଏନ ଗ୍ରାଣ୍ଡ ପ୍ରିକ୍ସରୁ ୱାଲ୍ଡ଼ ଆଥଲେଟିକ ଚାମ୍ପିଅନସିପକୁ କ୍ବାଲିଫାଏ ହୋଇଛନ୍ତି ଓଡ଼ିଆ ଅଥଲେଟ ଲାଲୁ ପ୍ରସାଦ ଭୋଇ। ଲଙ୍ଗଜମ୍ପରେ ୭.୫୮ ମିଟର ଜମ୍ପ କରି ୱାଲ୍ଡ ଆଥଲେଟିକ ଚାମ୍ପିଅନସିପ ପାଇଁ ସ୍ଥାନ ପକ୍କା କରିଛନ୍ତି ଲାଲୁ। ଅଣ୍ଡର ୨୦ କ୍ୟାଟାଗୋରିରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details