ଓଡିଶା

odisha

ETV Bharat / sports

ଭାରତୀୟ ଫେନସିଂ ଦଳର ଅଲମ୍ପିକ୍ସ ଖେଳିବା ସ୍ବପ୍ନ ରହିଲା ଅଧୁରା - tokyo Olympics qualifier match

ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିଲା ନାହିଁ ଭାରତୀୟ ଫେନସିଂ ଟିମ୍ । ଉଜବେକିସ୍ତାନର ତାଶକନ୍ଦରେ ଆୟୋଜିତ ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର ଟୁର୍ଣ୍ଣାମେଣ୍ଟରେ ଉଭୟ ମହିଳା ଓ ପୁରୁଷ ଦଳ ପରାଜିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଭାରତୀୟ ଫେନସିଂ ଦଳର ଅଲମ୍ପିକ୍ସ ଖେଳିବା ସ୍ବପ୍ନ ରହିଲା ଅଧୁରା
ଭାରତୀୟ ଫେନସିଂ ଦଳର ଅଲମ୍ପିକ୍ସ ଖେଳିବା ସ୍ବପ୍ନ ରହିଲା ଅଧୁରା

By

Published : Apr 28, 2021, 8:41 PM IST

ନୂଆଦିଲ୍ଲୀ:ଟୋକିଓଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିଲା ନାହିଁ ଭାରତୀୟ ଫେନସିଂ ଟିମ୍ । ଉଜବେକିସ୍ତାନର ତାଶକନ୍ଦରେ ଆୟୋଜିତ ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର ଟୁର୍ଣ୍ଣାମେଣ୍ଟରେ ଉଭୟ ମହିଳା ଓ ପୁରୁଷ ଦଳ ପରାଜିତ ହୋଇଛନ୍ତି । ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ଭାରତୀୟ ଫେନସିଂ ଦଳ ପାଇଁ ଏହା ଶେଷ ସୁଯୋଗ ଥିଲା ।

ଏହାକୁ ନେଇ ଭାରତୀୟ ଫେନସିଂ ଦଳର କୋଚ କହିଛନ୍ତି ଯେ, "ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ଭାରତୀୟ ଫେନସିଂ ଦଳ ପାଇଁ ଶେଷ ସୁଯୋଗ ଥିଲା । କିନ୍ତୁ ଏସିଆନ କ୍ବାଲିଫାୟର ଟୁର୍ଣ୍ଣାମେଣ୍ଟ ପରାଜିତ ହେବାପରେ ଦଳର ଅଲମ୍ପିକ୍ସ ଖେଳିବା ସ୍ବପ୍ନ ପୂରଣ ହୋଇ ପାରିବ ନାହିଁ । ମ୍ୟାଚ ଆରମ୍ଭରୁ ଦଳ ଚାପରେ ଆସି ଯାଇଥିଲା । ଫଳରେ ସ୍ବାଭାବିକ ଖେଳ ପ୍ରଦର୍ଶନ କରିବା ପରିବର୍ତ୍ତେ କିଛି ଭୁଲ କୌଶଳ ପ୍ରଦର୍ଶନ କରିଥିଲେ ଖେଳାଳି । ଯାହା ଫଳରେ ମ୍ୟାଚରେ ପରାଜିତ ହେବା ପଡ଼ିଥିଲା।"

ଦୁଇ ଦିବସୀୟ ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର ଟୁର୍ଣ୍ଣାମେଣ୍ଟରେ ମୋଟ 6ଟି ସ୍ଥାନରେ ରହିଥିଲା । ପୁରୁଷମାନଙ୍କ 3ଟି ସ୍ଥାନ ରହିଥିବା ବେଳେ ମହିଳା କ୍ରୀଡ଼ାବିତଙ୍କ ପାଇଁ 3ଟି ସ୍ଥାନ ରହିଥିଲା । ଭାରତୀୟ ଖେଳାଳିଙ୍କ ମଧ୍ୟରେ ସୁନିଲ କୁମାର ରାଧିଆ କେବଳ କ୍ବାର୍ଟର ଫାଇନାଲକୁ ପ୍ରବେଶ କରି ପାରିଥିଲେ । ବାକି ସମସ୍ତ ଖେଳାଳି ପ୍ରଥମ ରାଉଣ୍ଡ ମଧ୍ୟ ପାର୍ କରି ପାରିନଥିଲେ । ଟୋକିଓ ଅଲମ୍ପିକ୍ସ ପାଇଁ ଭବାନୀ ଦେବୀ ଏକମାତ୍ର ଖେଳାଳି ଭାବରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details