ନୂଆଦିଲ୍ଲୀ: ଆଗାମୀ FIFA ବିଶ୍ବକପ କାତାର ୨୦୨୨ର ଅଫିସିଆଲ ପ୍ରାୟୋଜକ ମାନ୍ୟତା ହାତେଇଲା ଭାରତୀୟ ଏଜୁଟେକ୍ କମ୍ପାନୀ ବାଇଜୁ (BYJU's) । ବିଶ୍ବ ତମାମ ଥିବା ଫୁଟବଲ୍ ଫ୍ୟାନ୍ସଙ୍କୁ ଯୋଡିବା ଓ ଫୁଟବଲର ପ୍ରଚାର, ପ୍ରସାର ଦିଗରେ କମ କରିବ BYJU's । BYJU's ପ୍ରଥମ ଭାରତୀୟ କମ୍ପାନୀ ଭାବେ ଫୁଟବଲ ବିଶ୍ବକପର ସହଯୋଗୀ ହୋଇଛି । BYJU's ର ପ୍ରତିଷ୍ଠାତା ଓ CEO ବାଇଜୁ ରବୀନ୍ଦ୍ରନ କବିଛନ୍ତି, "ବିଶ୍ବର ବୃହତ ଏକକ କ୍ରୀଡା ଇଭେଣ୍ଟ FIFA ବିଶ୍ବକପ କାତାର ୨୦୨୨ର ପ୍ରାୟୋଜକ ହୋଇଥିବାରୁ ଉତ୍ସାହିତ ।
FIFA ବିଶ୍ବକପ ୨୦୨୨ର ଅଫିସିଆଲ ପ୍ରାୟୋଜକ ହେଲା BYJU'S - ଫୁଟବଲ ବିଶ୍ବକପ ୨୦୨୨ ପ୍ରାୟୋଜକ
ଆଗାମୀ FIFA ବିଶ୍ବକପ କାତାର ୨୦୨୨ର ଅଫିସିଆଲ ପ୍ରାୟୋଜକ ମାନ୍ୟତା ହାତେଇଲା ଭାରତୀୟ ଏଜୁଟେକ୍ କମ୍ପାନୀ ବାଇଜୁ (BYJU's) । ଅଧିକ ପଢନ୍ତୁ
FIFA ବିଶ୍ବକପ ୨୦୨୨ର ଅଫିସିଆଲ ପ୍ରାୟୋଜକ ଏହି ଭାରତୀୟ କମ୍ପାନୀ
ଏହି ସମ୍ମାନଜନକ ଗ୍ଳୋବାଲ ଇଭେଣ୍ଟରେ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବାରୁ ଗୌରବର ବିଷୟ । କ୍ରୀଡା ଜୀବନର ଏକ ପ୍ରମୁଖ ଅଂଶ ଏହା ବିଶ୍ବ ଭାତୃତ୍ବ ବୃଦ୍ଧିକରିବା ସହ ଗୋଟିଏ ମଞ୍ଚରେ ଏକାଠି କରେ । କେବଳ ଏକ ଫୁଟବଲ ସମଗ୍ର ବିଶ୍ବକୁ ବାନ୍ଧିରଖିବାର ସମର୍ଥ ରଖେ ।" FIFA ବିଶ୍ବକପ କାତାର ୨୦୨୨ ଚଳିତ ବର୍ଷ ନଭେମ୍ବର ୨୧ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି ।
ANI