ନୂଆଦିଲ୍ଲୀ:ଭେଟେରାନ ଭାରତୀୟ ଡିସକସ୍ ଥ୍ରୋଅର ସୀମା ପୁନିଆ ପଟିଆରେ ଆନ୍ତଃରାଜ୍ୟ ଆଥଲେଟିକ୍ ଚମ୍ପିଆନସିପ୍ର ଶେଷ ଦିନରେ ମଙ୍ଗଳବାର ଦମଦାର ପ୍ରଦର୍ଶନ ସହ ଟୋକିଓ ଅଲମ୍ପିକ ଟିକେଟ ହାତେଇଛନ୍ତି ।
ମହିଳା ବର୍ଗରେ 63.50ମିଟର ଯୋଗ୍ୟତା ପର୍ଯ୍ୟାୟ ମାର୍କ ରହିଥିଲା । ଆନ୍ତଃରାଜ୍ୟ ଆଥଲେଟିକ୍ ଚମ୍ପିଆନସିପ୍ରେ 63.72 ମିଟର ଫିଙ୍ଗି ସୀମା ଟୋକିଓ ଟିକେଟ ହାସଲ କରିଛନ୍ତି । ଭାରତୀୟ ଆଥଲେଟିକ ଚମ୍ପିଆନସିପ(AFI) ସୀମାଙ୍କ ଏହି ସଫଳତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।