ଓଡିଶା

odisha

ETV Bharat / sports

ବକ୍ସିଂ ଟିମ ଇଣ୍ଡିଆ ଡକ୍ଟର ଅମୋଲ ପାଟିଲ କୋରୋନା ପଜିଟିଭ - Amol Patil has tested Positive

ଭାରତୀୟ ବକ୍ସିଂ ଟିମ ଡକ୍ଟର ଅମୋଲ ପାଟିଲ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି ।

Indian Boxing Team's Docter Amol Patil has tested Positive for COVID-19
ବକ୍ସିଂ ଟିମ ଇଣ୍ଡିଆ ଡକ୍ଟର ଅମୋଲ ପାଟିଲ କୋରୋନା ପଜିଟିଭ/ଆକ୍ରାନ୍ତ

By

Published : Jul 14, 2020, 7:10 PM IST

ପଟିଆଲା: ଭାରତୀୟ ବକ୍ସିଂ ଟିମ ଡକ୍ଟର ଅମୋଲ ପାଟିଲ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ପାଟିଲ NSNIS ପଟିଆଲାରେ ବକ୍ସିଂ ଟିମ ସହ ମୁଖ୍ୟ କ୍ୟାମ୍ପସ ବାହାରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ରହୁଥିଲେ । ତାଙ୍କ ସହିତ ବକ୍ସର ଅମିତ ପଙ୍ଘଲ ଓ ଆଶିଷ କୁମାର ମଧ୍ୟ ସମାନ ସେଣ୍ଟରରେ ରହୁଥିଲେ ବୋଲି ଜଣାପଡିଛି । ଫଳରେ ମଙ୍ଗଳବାର ଉଭୟ ବକ୍ସରଙ୍କ ଟେଷ୍ଟ କରାଯାଉଛି ।

ଗାଇଡଲାଇନ ଅନୁଯାୟୀ NSNIS ପଟିଆଲାର ମୁଖ୍ୟ କ୍ୟାମ୍ପସରେଥିବା ହଷ୍ଟେଲରେ ରହିବାକୁ ଅନୁମତି ପାଇଁ ବାହାରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ରହିବାକୁ ହେବ । ସେଠାରେ ରହିବାର 7ମ ଦିନରେ ଡକ୍ଟର ପାଟିଲଙ୍କ କୋଭିଡ-ଟେଷ୍ଟ କରାଯାଇଥିଲା । ଏହାପରେ ସେ ପଜିଟିଭ ଥିବା ଜଣାପଡିଥିଲା । ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ସୁତ୍ରରୁ ସୂଚନା ମିଳିଛି । ଏହାପରେ ପଞ୍ଜାବ ସରକାରଙ୍କ ଦ୍ବାରା ସ୍ଥିରିକୃତ କୋଭିଡ-19 ସେଣ୍ଟରକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପାଟିଲଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହରେ ପୁରୁଷ ଟିମ ମୁଖ୍ୟ କୋଚ ସିଏ କୁଟ୍ଟାପା, ମହିଳା ଟିମ ମୁଖ୍ୟ କୋଚ ମହମ୍ମଦ ଅଲ୍ଲି କ୍ବାମାର ଓ ସହାକାରୀ କୋଚ ଖିମାନନ୍ଦ ବେନିୱାଲଙ୍କର ପୁନଃ ଟେଷ୍ଟ କରାଯିବ ।

ABOUT THE AUTHOR

...view details