ନୂଆଦିଲ୍ଲୀ: ଭାରତୀୟ ଯୁବ ବକ୍ସରଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି ମୋଣ୍ଟେନେଗ୍ରୋର ବୁଡଭା । ଚଳିତ ଆଦ୍ରିଆଟିକ ଟୁର୍ଣ୍ଣାମେଣ୍ଟରେ ରବିବାର ଆଉ ଦୁଇଟି ସ୍ବର୍ଣ୍ଣ ପଦକ ଜିତିବା ସହ ଭାରତର ସ୍ବର୍ଣ୍ଣ ସଂଖ୍ୟା 30ରେ ପହଞ୍ଚିଛି ।
ମହିଳା ବିଭାଗରେ 60 କିଲୋଗ୍ରାମ ବର୍ଗରେ ଭିଙ୍କା ଓ 75 କିଲୋଗ୍ରାମ ବର୍ଗରେ ଟି.ସନମଚା ଚାନୁ ବିଜୟୀ ହେବା ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।
ଅଲଫିଆ ପଠାନ ମଧ୍ୟ ମହିଳା ବର୍ଗରେ 81 କିଲୋଗ୍ରାମ ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ତେବେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି । କାରଣ ମହିଳା ବର୍ଗର 64 କିଲେଗ୍ରାମ ବର୍ଗରେ ଉଜବେକିସ୍ତାନର ଗୁଲସୋଡ ଇସ୍ତାମୋଭାଙ୍କୁ 3-0ରେ ହରାଇଛନ୍ତି ଫାଇନାଲରେ ପହଞ୍ଚିଛନ୍ତି ଲକି ରାଣା । ସ୍ବର୍ଣ୍ଣ ମୁକାବିଲାରେ ଫିନଲାଣ୍ଡର ଲିଆ ପୁକିଲାଙ୍କୁ ଭେଟିବେ ରାଣା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ