ଓଡିଶା

odisha

ETV Bharat / sports

'TOKYO OLYMPICSରେ ଭାରତ ୮ରୁ ୧୨ ପଦକ ଜିତିବ' - ଟୋକିଓ ଅଲମ୍ପିକ୍ସ ଖବର

ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଭାରତୀୟ ଆଥଲେଟ ୮ରୁ ୧୨ଟି ପଦକ ହାସଲ କରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ଭାରତୀୟ ଫ୍ରିଷ୍ଟାଇଲ କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ । ଅଧିକ ପଢ଼ନ୍ତୁ...

'TOKYO OLYMPICSରେ ଭାରତ ୮ରୁ ୧୨ ପଦକ ଜିତିବ'
'TOKYO OLYMPICSରେ ଭାରତ ୮ରୁ ୧୨ ପଦକ ଜିତିବ'

By

Published : Jul 23, 2021, 10:04 PM IST

ଟୋକିଓ: TOKYO OLYMPICS ୨୦୨୦ରେ ଭାରତୀୟ ଆଥଲେଟ ୮ରୁ ୧୨ଟି ପଦକ ହାସଲ କରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ଭାରତୀୟ ଫ୍ରିଷ୍ଟାଇଲ କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ । ଶନିବାର ଦିନଠାରୁ ଭାରତୀୟ ତାର ଅଲମ୍ପିକ୍ସ ଯାତ୍ରା ଆରମ୍ଭ କରିବ । ସୁଟିଂ ଇଭେଣ୍ଟ ଭାରତର ଯାତ୍ରା ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଛି । ଶୁକ୍ରବାର ଟୋକିଓ ଅଲମ୍ପିକ୍ସର ଓପେନିଂ ସେରେମୋନୀ ଆୟୋଜିତ ହୋଇଥିଲା । ଏଥିରେ ପ୍ରତ୍ୟେକ ଦେଶର ୨୫ ଜଣ କ୍ରୀଡ଼ାବିତ ସାମିଲ ହୋଇଥିଲେ ।

ତେବେ କ୍ରୀଡ଼ା ଜଗତର ଏହି ମହାକୁମ୍ଭରେ ଭାରତୀୟ ଆଥଲେଟ ଅଧିକରୁ ଅଧିକ ପଦକ ହାସଲ କରିବେ ବୋଲି ଆଶାୟୀ ହୋଇଛନ୍ତି କ୍ରୀଡ଼ାପ୍ରେମୀ । ଏଭଳି କ୍ଷେତ୍ରରେ ଭାରତୀୟ ଆଥଲେଟ ୮ରୁ ୧୨ ପଦକ ଜିତିବ ବୋଲି କହିଛନ୍ତି ଯୋଗେଶ୍ବର ଦତ୍ତ ।

ଏକ ସାକ୍ଷାତକାରରେ ପ୍ରଶ୍ନର ଉତ୍ତର ଦେଇଛି ଯୋଗେଶ୍ବର ଦତ୍ତ କହିଛନ୍ତି ଯେ, "ଆମେ ଭାରତୀୟ ଆଥେଲଟଙ୍କ ଉପରେ ପୁରା ଭରସା ରଖିଛୁ । ପୁରା ଦେଶ ଆମ ଆଥଲେଟଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ହକି, ବ୍ୟାଡମିଣ୍ଟନ, କୁସ୍ତି ଓ ଅନ୍ୟାନ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ଭଲ ଫର୍ମରେ ରହିଛନ୍ତି । ମୁଁ ଭାବୁଛି କୁସ୍ତିରେ ଭାରତୀୟ କ୍ରୀଡ଼ାବିତମାନେ ୨ରୁ ୩ଟି ପଦକ ହାସଲ କରିବେ । ପଦକ ପାଇଁ ଆମ ଆଥଲେଟମାନେ ଭୋକିଲା ଅଛନ୍ତି । ନଶ୍ଚୟ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ପଦକ ହାସଲ କରିବ । ଲଣ୍ଡନ ଅଲମ୍ପିକ୍ସ ଅପେକ୍ଷା ଟୋକିଓ ଅଲମ୍ପିକ୍ସ ଚିତ୍ର ଭାରତ ପାଇଁ ଭିନ୍ନ ହେବ ।"

ଯୋଗେଶ୍ବ ଦତ୍ତଙ୍କ ସହ ପୂର୍ବତନ ଭାରତୀୟ ମହିଳା ଭାର ଉତ୍ତୋଳକ କର୍ଣ୍ଣାମ ମାଲେଶ୍ବରୀ ମଧ୍ୟ ଟୋକିଓ ଅଲମ୍ପିକ୍ସରେ ଭାରତ ୧୦ରୁ ୧୨ଟି ପଦକ ହାସଲ କରିବ ବୋଲି କହିଛନ୍ତି । ଭାରୀତୀୟ ଆଥଲେଟଙ୍କ ଗତ କିଛି ବର୍ଷର ପ୍ରଦର୍ଶନ ଉପରେ ନଜର ପକାଇଲେ ଭାରତୀୟ ଦଳର ପ୍ରଦର୍ଶନ ଉପରମୁହାଁ ରହିଛି । ଭାର ଉତ୍ତୋଳକ ମୀରାବାଇ ଚାନୁ ଫିଟ ରହିଛନ୍ତି । ଟୋକିଓ ଅଲମ୍ପିକ୍ସରେ ସେ ନିଶ୍ଚୟ ପଦକ ଜିତିବେ ବୋଲି ଆଶାବାଦୀ ଅଛନ୍ତି କର୍ଣ୍ଣାମ ମାଲେଶ୍ବରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details