ନୂଆଦିଲ୍ଲୀ:ଗ୍ୟାଙ୍ଗଟକରେ ଚାଲିଥିବା 25ତମ ଏସିଆନ ଆଥଲେଟିକ ଚମ୍ପିଆନସିପ୍ ଶେଷ ହୋଇଛି । ଏହି ଚମ୍ପିଆନସିପରେ ଭାରତ 27 ପଦକ ସହ ତୃତୀୟ ସ୍ଥାନରେ ରହିଛି । 27 ପଦକରେ 6ଟି ସ୍ବର୍ଣ୍ଣ ସଫଳତା ହାସଲ କରିଛନ୍ତି ଭାରତୀୟ ଆଥଲେଟ । ଶେଷ ଦିନରେ ଭାରତୀୟ ପ୍ରତିଯୋଗିତା 13ଟି ପଦକ ଜିତିବାରେ ସମର୍ଥ ହୋଇଥିଲେ । ଶେଷ ଦିନରେ ଭାରତୀୟ ଆଥଲେଟ 8ଟି ରୌପ୍ୟ ଓ 5ଟି କାଂସ୍ୟ ପଦକ ଜିତିଛନ୍ତି । ଶେଷ ଦିନରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିନାହିଁ । ଭାରତର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରତିଯୋଗିତା ଶେଷ ଦିନରେ ଆଭା ଖଟୁଆ ଡିସ୍କସ୍ ଥ୍ରୋ'ରେ ଜାତୀୟ ରେକର୍ଡସ ସହ ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ଛଡ଼ା ଓଡିଶା ରିଲିଆନ୍ସ ଫାଉଣ୍ଡେସନ ଆଥଲେଟିକ ହାଇଫରଫର୍ମାନ୍ସ ସେଣ୍ଟରର ଜ୍ୟୋତି ଯାରାଜୀ ଓ ଲଙ୍ଗ୍ ଡିଷ୍ଟାନ୍ସ ପାରୁଲ ଚୌଧୁରୀ ଏହି ପ୍ରତିଯୋଗିତାରେ ଦ୍ବିତୀୟ ପଦକ ଜିତିବାରେ ସଫଳ ହୋଇଥିଲେ । ପ୍ରଥମ ମହିଳା ଆଥଲେଟ ଭାବେ 100 ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଜ୍ୟୋତି 200 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ । ପୁରୁଷ ବର୍ଗ ଦୌଡ଼ ପ୍ରତିଯୋଗିତାରେ ଗୁଲବୀର ସିଂହ କାଂସ୍ୟ ପଦକ ଜିତିଥିଲେ । ସବୁଠୁ ଆଭା ଖଟୁଆଙ୍କ ପ୍ରଦର୍ଶନ ଉଲ୍ଲେଖ୍ୟନୀୟ ଥିଲା । ସେ 1 ମିଟର ଡିସ୍କସ୍ ଥ୍ରୋ' କରି ଦ୍ବିତୀୟ ସ୍ଥାନରେ ରହିଥିଲେ ।