ଓଡିଶା

odisha

ETV Bharat / sports

Asia Cup: ଓମାନ ଅଭିମୁଖେ ମହିଳା ହକି ଟିମ

ଭାରତୀୟ ମହିଳା ହକି ଟିମ ଓମାନ ଅଭିମୁଖେ ଉଡାଣ ଭରିଛି । ଜାନୁଆରୀ ୨୧ରୁ ୨୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଖେଳିବ ଭାରତ । ଅଧିକ ପଢନ୍ତୁ

By

Published : Jan 16, 2022, 4:25 PM IST

India women's hockey team departs for Oman to defend Asia Cup title
Asia Cup: ଓମାନ ଅଭିମୁଖେ ମହିଳା ହକି ଟିମ

ବେଙ୍ଗାଲୁରୁ(କର୍ଣ୍ଣାଟକ): ଭାରତୀୟ ମହିଳା ହକି ଟିମ ଓମାନ ଅଭିମୁଖେ ଉଡାଣ ଭରିଛି । ସୁଲତାନ କାବୁସ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ମସକାଟନ୍‌ରେ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ(SAI) ବେଙ୍ଗାଲୁରୁ କ୍ୟାମ୍ପ୍‌ରୁ ରବିବାର ଯାତ୍ରା ଆରମ୍ଭ କରିଛି ଟିମ । ଜାନୁଆରୀ ୨୧ରୁ ୨୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଖେଳିବ ଭାରତ ।

ଏହାମଧ୍ୟ ପଢନ୍ତୁ: ବିରାଟ କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକ

ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ହକି ଟିମ ଇଣ୍ଡିଆ, ଚାଇନା, ଇଣ୍ଡୋନେସିଆ, ଜାପାନ, ମାଲେସିୟା, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ ବିପକ୍ଷରେ ଖେଳିବ । ଏହି ଟୁର୍ନାମେଣ୍ଟର ଶୀର୍ଷ ୪ଟି ଟିମ ସିଧାସଳଖ ସ୍ପେନ ଓ ନେଦରଲାଣ୍ଡସରେ ଖେଳାଯିବାକୁ ଥିବା ୨୦୨୨ FIH ମହିଳା ହକି ବିଶ୍ବକପ ପାଇଁ ଉନ୍ନୀତ ହେବେ । ଭେଟେରାନ ଗୋଲ୍‌କିପର ସବିତାଙ୍କ ନେତୃତ୍ବରେ ଖେଳିବ ଭାରତୀୟ ଟିମ । ୨୦୨୨ ଜାନୁଆରୀ ୨୧ରେ ମାଲେସିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ଭାରତ ।

ABOUT THE AUTHOR

...view details