ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର(Commonwealth Games 2022) ହକି ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଛି ଭାରତୀୟ ମହିଳା ହକି ଦଳ । ପେନାଲ୍ଟି ସୁଟ୍ ଆଉଟ୍ରେ ଭରତ କାଂସ୍ୟ ପଦକ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି । ନିର୍ଦ୍ଧାରିତ ସମୟ ସମୟରେ ଉଭୟ ଦଳର ଗୋଲ୍ ୨-୨ରେ ସମାନ ରହିଥିଲା । ଫଳରେ ନିୟମ ଅନୁଯାୟୀ, ପେନାଲ୍ଟି ସୁଟ୍ଆଉଟ୍ରେ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ପାଇଁ ନିଷ୍ପତି ହୋଇଥିଲା ।
CWG 2022: ବର୍ମିଂହାମରେ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଟିମ - ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହକି ଇଭେଣ୍ଟରେ ଭାରତୀୟ ମହିଳା ହକି ଦଳ କାଂସ୍ୟ ପଦକ ହାସଲ କରିଛି । ପେନାଲ୍ଟି୍ ସୁଟ୍ଆଉଟ୍ରେ ଭାରତ ୨-୧ ଗୋଲ୍ରେ ବିଜୟ ହାସଲ କରିଛି । ଅଧିକ ପଢ଼ନ୍ତୁ
![CWG 2022: ବର୍ମିଂହାମରେ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଟିମ CWG 2022: ପେନାଲ୍ଟି ସୁଟ୍ଆଉଟ୍ରେ ହାରିଲା ନ୍ୟୁଜିଲାଣ୍ଡ, ଭାରତକୁ କାଂସ୍ୟ ପଦକ](https://etvbharatimages.akamaized.net/etvbharat/prod-images/768-512-16039947-thumbnail-3x2-hockey.jpg)
ଏହାପରେ ପେନାଲ୍ଟି୍ ସୁଟ୍ଆଉଟ୍ରେ ବାଜିମାରିଥିଲା ଭାରତ । ଭାରତ ୨-୧ ଗୋଲ୍ ସ୍କୋର୍ରେ ବିଜୟ ହାସଲ କରିଥିଲା ଭାରତ । ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ଗୋଲ୍ ଦେବାକୁ କଡ଼ା ସଂଘର୍ଷ କରିଥିଲେ । ଭାରତର ଦମଦାର୍ ଡିଫେନ୍ସ ଦେଖିବାକୁ ମିଳିଥିଲା । ମ୍ୟାଚ୍ର ତୃତୀୟ କ୍ବାର୍ଟରରେ ଭାରତ ନ୍ୟୁଜିଲାଣ୍ଡ୍କୁ ଏକ ଗୋଲ୍ ଦେବାରେ ସକ୍ଷମ ହୋଇଥିଲା ।
ତେବେ ଚତୁର୍ଥ କ୍ବାର୍ଟର ଶେଷ ବେଳକୁ ନ୍ୟୁଜିଲାଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାର ଫାଇଦା ଉଠାଇଥିଲା ଦଳ । ପେନାଲ୍ଟି କର୍ଣ୍ଣରରରେ ଭାରତୁକୁ ଗୋଲ୍ ଦେଇଥିଲା ନ୍ୟୁଜିଲାଣ୍ଡ । ଏହାପରେ ଦୁଇ ଦଳ ମଧ୍ୟରେ ପେନାଲ୍ଟି କର୍ଣ୍ଣର ଆରମ୍ଭ ହୋଇଥିଲା । ଏଥିରେ ଅଧିନାୟିକା ସବିତା ପୁନିଆ ଜବରଦସ୍ତ କୌଶଳ ଦେଖାଇଛନ୍ତି । ନ୍ୟୁଜିଲାଣ୍ଡ ଷ୍ଟ୍ରାଇକର ଗୋଲକିପର ସବିତା ପୁନିଆଙ୍କୁ ମାତ୍ର ଥରେ ଭେଦ କରିବାକୁ ସକ୍ଷମ ହୋଇଥିଲେ । ସେପଟେ ଭାରତୀୟ ଷ୍ଟ୍ରାଇକର ଦୁଇଟି ଗୋଲ୍ ଦେଇ ମ୍ୟାଚ୍ ହାତେଇବା ସହ କାଂସ୍ୟ ପଦକ ହାସଲ କରିଛନ୍ତି ।