ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ହକି ଇଭେଣ୍ଟର ସେମି ଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ । ପୁଲ୍ ଏ'ର ଶେଷ ମ୍ୟାଚ୍ରେ କାନାଡ଼ାକୁ ମାତ୍ ଦେଇ ଏହି ସଫଳତା ହାସଲ କରିଛି ଦଳ । ଏହି କର ବା ମର ମ୍ୟାଚ୍ରେ କାନାଡ଼ାକୁ ୩-୨ ଗୋଲ୍ରେ ପରାଜିତ କରିଛି ଭାରତୀୟ ଦଳ । ଗତକାଲି ଇଂଲଣ୍ଡଠାରୁ ମ୍ୟାଚ୍ ହାରିଥିଲା ଭାରତୀୟ ଦଳ ।
CWG 2022: ଶେଷ ଗ୍ରୁପ୍ ମ୍ୟାଚ୍ରେ କାନାଡାକୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ - ରାଜ୍ୟଗୋଷ୍ଠୀ କ୍ରୀଡାରେ କାନାଡାକୁ ହରାଇଲା ଭାରତ
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ହକି ଇଭେଣ୍ଟର ସେମି ଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ । ପୁଲ୍ ଏ'ର ଶେଷ ମ୍ୟାଚ୍ ଆରମ୍ଭରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା ଭାରତୀୟ ଦଳ । ଅଧିକ ପଢ଼ନ୍ତୁ
ମ୍ୟାଚ୍ ଆରମ୍ଭରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା ଭାରତୀୟ ଦଳ । ଆଜିର ମ୍ୟାଚ୍ ଡ୍ର ହୋଇଥିଲେ ମଧ୍ୟ ଭାରତୀୟ ମହିଳା ଦଳ ସେମିକୁ ପ୍ରବେଶ କରିବାରେ ବିଫଳ ହୋଇଥାନ୍ତା । ପ୍ରଥମ କ୍ବାର୍ଟରରୁ ହିଁ ଭାରତ ପ୍ରତିପକ୍ଷ ଦଳକୁ ଏକ ଗୋଲ୍ ଦେଇ ୧-୦ ଗୋଲ୍ରେ ଲିଡ୍ ନେଇଥିଲା । ଏହାପରେ ଦ୍ବିତୀୟ କ୍ବାର୍ଟରରେ ଭାରତ ଆଉ ଏକ ଗୋଲ୍ ଦେଇଥିଲା । ତେବେ କ୍ବାର୍ଟର ଶେଷ ବେଳକୁ ଭାରତକୁ ଏକ ଗୋଲ୍ ଦେଇ ଖାତା ଖୋଲିଥିଲା କାନାଡା ।
ତୃତୀୟ କ୍ବାର୍ଟର ଆରମ୍ଭ ହେଉ ହେଉ ଭାରତକୁ ଆଉ ଏକ ଗୋଲ୍ ଦେଇ ସ୍କୋର୍ ବରାବର କରିଥିଲା କାନାଡା । ଏହାପରେ ଶେଷ ବେଳକୁ କାନାଡାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାର ଫାଇଦା ଉଠାଇ ଭାରତ ଗୋଲ୍ କରିଥିଲା । ଏହାପରେ ଭାରତ ପୁନଃ ମ୍ୟାଚ୍ରେ ୩-୨ରେ ଲିଡ୍ ନେଇଥିଲା । ଶେଷ କ୍ବାର୍ଟରରେ ଭାରତ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ ପ୍ରଦର୍ଶନ କରି ମ୍ୟାଚ୍ ହାତେଇ ନେଇଛି । ଫଳରେ ସେମି ଫାଇନାଲ୍କୁ ଉନ୍ନିତ ହୋଇଛି ଭାରତୀୟ ମହିଳା ହକି ଦଳ ।