ନୂଆଦିଲ୍ଲୀ: 2028 ଅଲିମ୍ପିକ ଗେମ୍ସରେ ଭାରତ ଶ୍ରେଷ୍ଠ 10 ପଦକ ବିଜେତା ଦେଶ ମାନଙ୍କ ମଧ୍ୟରେ ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଭବିଷ୍ୟବାଣୀ କରିଛନ୍ତି।
ସେ କହିଛନ୍ତି, ‘‘2028 ଅଲିମ୍ପିକ୍ସ ସୁଦ୍ଧା ଭାରତ ଶ୍ରେଷ୍ଠ 10 ପଦକ ବିଜେତା ତାଲିକାରେ ସ୍ଥାନ ପାଇବ। ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର ନକରି ଆପଣ ଲକ୍ଷ୍ୟ ହାସଲ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଲିମ୍ପିକ ଟାସ୍କଫୋର୍ସ ଗଠନ କରିଛନ୍ତି ଏବଂ ଆମେ ଏଥିରେ କିଛି ପ୍ରସ୍ତୁତି କରୁଛୁ।’’
ରିଜିଜୁ କହିଛନ୍ତି ଯେ ପ୍ରତିଭା ପ୍ରତିପାଦନ କରିବା ପାଇଁ କେନ୍ଦ୍ର ସରକାର କୌଣସି ଅଭାବ କରି ନାହାଁନ୍ତି ଯାହା 2028 ଅଲିମ୍ପିକରେ ଭାରତ ପାଇଁ ଖ୍ୟାତି ଆଣିବାରେ ସହାୟକ ହେବ। ଫୁଟବଲ ଖଳାଳିଙ୍କୁ ଅନଲାଇନ୍ ଟ୍ରେନିଂ ମଡ୍ୟୁଲ୍ ଯୋଗାଇବା ପାଇଁ ବାଇଚୁଙ୍ଗ ଭୁତିଆ ଫୁଟବଲ ସ୍କୁଲ୍ ଦ୍ବାରା ଡିଜାଇନ୍ ହୋଇଥିବା ‘enJogo’ ଆପ୍ର ଭର୍ଚୁଆଲ ଲୋକାର୍ପଣରେ ରିଜିଜୁ ଏହା କହିଥିଲେ।
‘‘ଆମେ ବର୍ତ୍ତମାନ ଜୁନିଅର TOP (Target Olympic Podium) ସ୍କିମ୍ ପାଇଁ ପ୍ରତିଭାଶାଳୀ ଆଥଲେଟ ମାନଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କୁ ମାସିକ 25,000 ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ। ଏହି ଜୁନିଅର ଖେଳାଳିମାନେ ମାଗଣାରେ ତାଲିମ ପାଇବେ ଏବଂ ସେମାନେ ପାଇଥିବା 25,000 ଟଙ୍କା ସେମାନଙ୍କ ପରିବାର ପାଇଁ ରୋଜଗାର ପରି ଅଟେ,’’ ବୋଲି ରିଜିଜୁ କହିଛନ୍ତି।
କ୍ରୀଡ଼ା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଉଚ୍ଚାଭିଳାଷୀ କଥା ଉପରେ କିଛି ବିଭାଗରୁ ତାଙ୍କୁ କଡ଼ା ମନ୍ତବ୍ୟ ଦିଆଯାଇଛି। ସେ କହିଛନ୍ତି, ‘‘ମୁଁ ଜାଣେ ଅନେକ ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏହା କିପରି ଘଟିବ, ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି ... ଏତେ ଭିଲ ମନ୍ତବ୍ୟ ନୁହେଁ। କିନ୍ତୁ ଏହା ଏକ ଗଣତାନ୍ତ୍ରିକ ଦେଶ, ଲୋକମାନଙ୍କର ନିଜର ମତ ରହିବ ଏବଂ ଆମେ ଭାବୁନାହୁଁ ଯେ ଆମେ ସେହି ମନ୍ତବ୍ୟଗୁଡିକର ଜବାବ ଦେବା ଉଚିତ ।’’