ଓଡିଶା

odisha

ETV Bharat / sports

Hockey World Cup 2023: ଭାରତ-ସ୍ପେନ ମୁକାବିଲା ଆରମ୍ଭ, ପ୍ଲେଇଂ ଇଲେଭେନରେ ନାହାଁନ୍ତି ନିଲମ - ହକି ବିଶ୍ବକପ ୨୦୨୩

ଆରମ୍ଭ ହୋଇଯାଇଛି ପୁଲ Dର ଭାରତ ବନାମ ସ୍ପେନ ମୁକାବିଲା । ବିଜୟ ଅଭିଯାନରୁ କ୍ୟାମ୍ପେନ ଆରମ୍ଭ କରିବା ନେଇ ମଇଦାନକୁ ଓହ୍ଲାଇଛି ମେନ୍ ଇନ୍ ବ୍ଲୁ । ଅଧିକ ପଢନ୍ତୁ

ଭାରତୀୟ ହକି ଟିମ
ଭାରତୀୟ ହକି ଟିମ

By

Published : Jan 13, 2023, 7:40 PM IST

ରାଉରକେଲା : ହକି ବିଶ୍ବକପ ୨୦୨୩ । ଆରମ୍ଭ ହୋଇଯାଇଛି ପୁଲ Dର ଭାରତ ବନାମ ସ୍ପେନ ମୁକାବିଲା । ବିଜୟ ଅଭିଯାନରୁ କ୍ୟାମ୍ପେନ ଆରମ୍ଭ କରିବା ନେଇ ମଇଦାନକୁ ଓହ୍ଲାଇଛି ମେନ୍ ଇନ୍ ବ୍ଲୁ । ଆଜିର ମ୍ୟାଚ ପାଇଁ ଭାରତୀୟ ଟିମର ଚୂ଼ଡାନ୍ତ ଏକାଦଶ ପ୍ରକାଶ ପାଇଛି । ପ୍ଲେଇଂ ଇଲେଭେନରେ ସ୍ଥାନ ପାଇ ନାହାଁନ୍ତି ଓଡିଆ ପୁଅ ନିଲମ ସଞ୍ଜୀପ । ଉଭୟ ଦଳ ମଧ୍ୟରେ ଜାରି ରହିଛି ଜୋରଦାର ଫାଇଟ । ହକି ଇଣ୍ଡିଆ ଶେଷ ଥର ପାଇଁ ଅଜିତ ସିଂହ ପାଲଙ୍କ ନେତୃତ୍ବରେ ବର୍ଷ ୧୯୭୫ରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତି ଥିଲା । ତେବେ ଦୀର୍ଘ ୪୮ ବର୍ଷ ହେବ ବିଶ୍ବକପ ଟାଇଟଲ ଭୋକିଲା ରହିଛି ଭାରତ । ଚଳିତ ବର୍ଷ ଏହି ସ୍ବପ୍ନ ପୂରଣ ହେବା ପାଇଁ କୋଟିକୋଟି ପ୍ରଶଂସକ ଆଶା ରଖିଛନ୍ତି । ଚଳିତଥର ଭାରତୀୟ ହକି ଟିମ୍‌ ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇଛି ।

ଭାରତୀୟ ହକି ଟିମ ୨୦୨୧ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିଲା । ତେବେ ଦୀର୍ଘ ୪୮ ବର୍ଷ ହେବ ବିଶ୍ବକପ ଟାଇଟଲ ଭୋକିଲା ରହିଛି ଭାରତ । ଚଳିତ ବର୍ଷ ଏହି ସ୍ବପ୍ନ ପୂରଣ ହେବା ପାଇଁ କୋଟି କୋଟି ପ୍ରଶଂସକ ଆଶା ରଖିଛନ୍ତି । ୧୯୭୫ ମସିହାର ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ମାଲେସିଆର କୁଆଲାଲପୁରରେ ଆୟୋଜନ କରାଯାଇଥିଲା । ଏହି ଫାଇନାଲ ମ୍ୟାଚରେ ହିରୋ ସାଜିଥିଲେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦ । ଶେଷରେ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ହୋଇଥିଲା ବିଶ୍ବ ବିଜେତା । ସେ ଦିନ ଭାରତ କ୍ରୀଡା ଇତିହାସରେ ଯୋଡି ହୋଇଥିଲା ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ବର୍ଷ ୧୯୭୫ ମାର୍ଚ୍ଚ ୧୫ ତାରିଖରେ ହକି ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ବିଶ୍ବ ଚମ୍ପିଆନ ଟାଇଟଲ ନିଜ ନାମରେ କରିଥିଲା ।

ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶ

ହରମନପ୍ରୀତ ସିଂ (କ୍ୟାପଟେନ), ଅମିତ ରୋହିଦାସ ( ଉପଅଧିନାୟକ ), , ସୁରେନ୍ଦର କୁମାର, ମନପ୍ରିତ ସି, ହାର୍ଦିକ ସି, ମନ୍ଦିପ ସି, ପି.ଆର ଶ୍ରୀଜେଶ (ଗୋଲକିପର), ସମଶେର ସିଂ, ବରୁଣ କୁମାର, ଆକାଶ ଦୀପ ସିଂ, ସୁଖଜିତ ସିଂ ।

ସ୍ପେନ ଚୂଡାନ୍ତ ଏକାଦଶ

ମିରାଲେସ ମାର୍କ ( କ୍ୟାପଟେନ), ଅଲୋନ୍ସ ଆଲେଜନ୍ଦ୍ର, ଜଭିୟର ଜିଷ୍ପାର୍ଟ, ଏନିରୀକ ଗଞ୍ଜଲେଜ, ଅଳଭାର ଏଗଲିସିଆସ, ଜୋରଡି ବନାଷ୍ଟ୍ରି, ପେପ କୁନିଲ, ଜୌକିନ ମେନିନୀ, ଅଦ୍ରୀଆନ ରଫି(ଗୋଲ କିପର), ଇଗନାସିଓ ରୋଡରିଗୁଏଜ, ଲାକଲି ବୋର୍ଜା ।

ABOUT THE AUTHOR

...view details