ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ୨୦୨୨-୨୩ ସଂସ୍କରଣର FIH ପ୍ରୋ ଲିଗ ( FIH Pro League ) । ଉଦଘାଟନୀ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ଉଦ୍ଘାଟନୀ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବ । ଅକ୍ଟୋବର ୨୮ ତାରିଖରୁ ୨୦୨୩ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ହକି ପ୍ରୋ ଲିଗ ମ୍ୟାଚ୍ ଚତୁର୍ଥ ସଂସ୍କରଣ ଖେଳାଯିବ । ଏହି ଏଫଆଇଏଚ୍ ପ୍ରୋ ଲିଗ ମ୍ୟାଚ୍ ପାଇଁ ଓଡିଶାର ଦୁଇଟି ଷ୍ଟାଡିୟମ ସ୍ଥାନ ପାଇଛି । ଗୋଟିଏ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଥିବା ବେଳେ ଅନ୍ୟଟି ରାଉରକେଲାର ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ରହିଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ମୁଖ୍ୟ କୋଚ୍ ଗ୍ରାହମ ରେଡ୍ କହିଛନ୍ତି ଯେ, "FIH ପ୍ରୋ ଲିଗରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ଆମ ପାଇଁ ବେଶ୍ ଲାଭଦାୟକ ହେବ । କାରଣ ଏହି ମ୍ୟାଚରୁ ଆମେ ବିଶ୍ବକପ ପାଇଁ ପ୍ରସ୍ତୁତି ଜାରି ରଖିବୁ । ଆମର ଲକ୍ଷ୍ୟ ନିଶ୍ଚିତ ରୂପରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ । ଆମେ ଆମ ଆକ୍ରମଣରେ ଆହୁରି ସୁଧାର ଆଣିବାକୁ ଚାହୁଁଛୁ । ଆକ୍ରମଣ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଚାହୁଁଛୁ । ବିଶ୍ବକପ ପୂର୍ବରୁ ଏହା FIH ପ୍ରୋ ଲିଗ ମ୍ୟାଚ ପାଇଁ ଅଭ୍ୟାସ ମ୍ୟାଚ୍ ଭଳି ହେବ । ଆମେ ଏହି ଲିଗ ମ୍ୟାଚ ଖେଳିବା ପାଇଁ ଆମେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛୁ ।
ସେପଟେ FIH ପ୍ରୋଲିଗ ମ୍ୟାଚ୍ରେ ଟିମର ନେତୃତ୍ବ ସମ୍ଭାଳିବେ ହରମନପ୍ରିତ ସିଂହ । ମ୍ୟାଚ୍ ପୂର୍ବରୁ ହରମନପ୍ରିତ କହିଛନ୍ତି ଯେ, "ଜାନୁଆରୀ ହେବାକୁ ଥିବା ହକି ବିଶ୍ବକପ ପୂର୍ବରୁ ଏହି ମ୍ୟାଚ ଆମ ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଟେ । ଭାରତ ପୂର୍ବ ସଂସ୍କରଣ ଅପେକ୍ଷା ଚଳିତ ସଂସ୍କରଣରେ ଆହୁରି ଭଲ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବ ।'' ଭାରତ ଗତ ସଂସ୍କରଣରେ ଅବିଶ୍ବସନୀୟ ପ୍ରଦର୍ଶନ କରି FIH ପ୍ରୋ ଲିଗରେ ଦ୍ବିତୀୟ ସ୍ଥାନରେ ରହିଥିଲା । ସେପଟେ FIH ପ୍ରୋ ଲିଗ ମ୍ୟାଚରେ ଓଡିଶାରୁ ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ ଏବଂ ନୀଲମ ସଞ୍ଜିପ ଖେସ ।
FIH ପ୍ରୋ ଲିଗ ପାଇଁ ଭାରତୀୟ ଦଳ