ଓଡିଶା

odisha

ETV Bharat / sports

Hockey World Cup 2023: କାଲି କ୍ରସଓଭର ମ୍ୟାଚ, କ୍ୱାର୍ଟର ଟିକଟ ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ - କ୍ରସ ଓଭର ମ୍ୟାଚ

କ୍ବାର୍ଟର ଫାଇନାଲ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ଆସନ୍ତାକାଲି କ୍ରସ ଓଭର ମ୍ୟାଚ ଖେଳିବ । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ

By

Published : Jan 21, 2023, 5:54 PM IST

ଭୁବନେଶ୍ବର : ଆସନ୍ତାକାଲି ( ରବିବାର ) ପୁଣି କମ୍ପିବ କଳିଙ୍ଗ । ଷ୍ଟାଡିୟମରେ ଛାଇଯିବ ତ୍ରିରଙ୍ଗା । ହକି ବିଶ୍ବକପ ୨୦୨୩ କ୍ବାର୍ଟର ଫାଇନାଲ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ଆସନ୍ତାକାଲି କ୍ରସ ଓଭର ମ୍ୟାଚ ଖେଳିବ । ପୁଲ C ର ନ୍ୟୁଜିଲାଣ୍ଡ ଟିମ ସହିତ ଭାରତ କ୍ରସଓଭର ମ୍ୟାଚରେ କ୍ବାର୍ଟର ଫାଇନାଲ ଟିକଟ ପାଇଁ ଲଢେଇ କରିବ । ନ୍ୟୁଜିଲାଣ୍ଡ ଟିମ ପୁଲ Cରେ ତିନି ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି । ଯଦି ଭାରତ କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମକୁ ପରାସ୍ତ କରୁଛି ତାହାଲେ କ୍ବାର୍ଟର ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମକୁ ଭେଟିବ । ଭାରତ ଗୁରୁବାର ଖେଳିଥିବା ଶେଷ ଲିଗ ମ୍ୟାଚରେ ୱେଲ୍ସକୁ ୪-୨ ଗୋଲରେ ପରାସ୍ତ କରିବା ପରେ ମଧ୍ୟ କ୍ବାର୍ଟର ଫାଇନାଲରେ ଯୋଗ୍ୟତା ହାସଲ କରିବାରେ ବିଫଳ ରହିଥିଲା । ସେପଟେ କ୍ରସ ଓଭର ମ୍ୟାଚ ପୂର୍ବରୁ ଭାରତୀୟ ହକି ଟିମକୁ ଝଟକା । ବିଶ୍ବକପରେ ଭାରତୀୟ ଟିମରୁ ମିଡ ଫିଲ୍ଡର ହାର୍ଦ୍ଦିକ ସିଂହ ଆହତ କାରଣ ପାଇଁ ବାଦ ପଡିଛନ୍ତି । ମାଂସପେଶୀରେ ଆଘାତ ଲାଗିଥିବା କାରଣରୁ ସେ ମ୍ୟାଚ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଭାରତୀୟ ଦଳରେ ରାଜ କୁମାର ପାଲଙ୍କୁ ସ୍ଥାନ ଦିଆଯାଇଛି ।

କ୍ରସ ଓଭର ମ୍ୟାଚ କଣ -ହକି ବିଶ୍ବକପର ଏହା ଏକ ଅଂଶ । ନକଆଉଟ ପର୍ଯ୍ୟାୟରେ ଏହାକୁ ଗ୍ରହଣ କରାଯାଇଥାଏ । ହକି ବିଶ୍ବକପରେ ଅଂଶ ଗ୍ରହଣ କରିଥିବା ସମସ୍ତ ଦଳକୁ 4ଟି ପୁଲରେ ଭାଗ କରାଯାଇଛି । ଗୋଟିଏ ପୁଲରେ 4ଟି ଲେଖାଏଁ ଦଳ ରହିଛନ୍ତି । ପ୍ରତି ଦଳ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଫର୍ମାଟ ଅନୁଯାୟୀ ପ୍ରତି ପୁଲର ଶୀର୍ଷରେ ଥିବା ଦଳ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିବେ । କ୍ବାର୍ଟରରେ 8ଟି ଦଳ ଖେଳିଥାନ୍ତି । ତେଣୁ 4ଟି ସ୍ଥାନ ପାଇଁ କ୍ରସଓଭର ମ୍ୟାଚ ଖେଳାଯାଏ । ଏନେଇ 8ଟି ଦଳ 4ଟି ମ୍ୟାଚ ଖେଳିବେ ।

କ୍ବାର୍ଟର ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ୮ଟି ଗୋଲର ବ୍ୟବଧାନରେ ଜିତିବାର ଥିଲା

ମେନ୍ ଇନ୍ ବ୍ଲୁକୁ କ୍ବାର୍ଟର ଫାଇନାଲ ଟିକଟ ହାତେଇବା ପାଇଁ ଗୁରୁବାର ୱେଲ୍ସକୁ ୮ଟି ଗୋଲର ବ୍ୟବଧାନରେ ହରାଇବାର ଥିଲା । ହେଲେ ଭାରତ ଏହା କରିବାରେ ବିଫଳ ରହିଥିଲା । ଭାରତ ୱେଲ୍ସକୁ ୪-୨ ଗୋଲରେ ପରାସ୍ତ କରିଥିଲା । ଏହି ମୁକାବିଲାରେ ଆକାଶଦୀପ ସିଂହ ମ୍ୟାଚର ୩୨ ମିନିଟରେ ଏବଂ ୪୫ ମିନିଟରେ ଦୁଇଟି ଗୋଲ ଦେଇଥିଲେ । ସେହିପରି ସମଶେର ସିଂହ ୨୧ ମିନିଟରେ ଗୋଟିଏ ଗୋଲ ଏବଂ ଅଧିନାୟକ ହରମନପ୍ରୀତ ସିଂହ ମ୍ୟାଚର ୫୯ ମିନିଟରେ ଗୋଟିଏ ଗୋଲ ଦେଇଥିଲେ । ସେପଟେ ୱେଲ୍ସ ହକି ଟିମ ମ୍ୟାଚର ୪୨ ମିନିଟରେ ଏବଂ ୪୪ ମିନିଟରେ ଗୋଲ ଦେଇଥିଲା ।

ପୁଲ D ପଏଣ୍ଟ ଟେବୁଲର ଶୀର୍ଷରେ ଇଂଲଣ୍ଡ

ପୁଲ Dକୁ ଗ୍ରୁପ ଅଫ ଡେଥ କୁହାଯାଉଛି । ଇଂଲଣ୍ଡ ୭ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଇଂଲିସ ଟିମ ଦୁଇଟି ମ୍ୟାଚ ଜିତି ଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ହୋଇଛି । ସେହିପରି ଆୟୋଜକ ଭାରତ ମଧ୍ୟ ପୁଲ D ପଏଣ୍ଟ ଟେବୁଲରେ ୭ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଟିମ ଇଣ୍ଡିଆ ୩ ଟି ମ୍ୟାଚରୁ ୨ ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ହୋଇଛି । ଇଂଲଣ୍ଡର ଗୋଲର ତାଲିକା ଭାରତଠାରୁ ଅଧିକ ରହିଛି । ସ୍ପେନ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ୩ ଟି ମ୍ୟାଚରୁ ଗୋଟିଏ ବିଜୟ ଲାଭ କରିଥିବା ବେଳେ ୨ ଟି ମ୍ୟାଚରେ ପରାସ୍ତ ହୋଇଛି । ସେପଟେ ହକି ବିଶ୍ବକପରେ ପ୍ରଥମ ଥର ଅଂଶ ଗ୍ରହଣ କରିଥିବା ୱେଲ୍ସ ଟିମ ବିଜୟ ସ୍ବାଦ ଚାଖିପାରିନାହିଁ । ଦଳ ଖେଳିଥିବା ୩ ଟି ଲିଗ ମ୍ୟାଚରେ ପରାସ୍ତ ହୋଇଛି ।

ABOUT THE AUTHOR

...view details