ଥିମ୍ପୁ:16 ବର୍ଷରୁ କମ୍ ସାଫ ଚମ୍ପିଆସିପରେ ଭାରତୀୟ ଫୁଟବଲ ଦଳ ବିଜେତା ହୋଇଛି । ଭୁଟାନର ଥିମ୍ପୁରେ ଅନୁଷ୍ଠିତ ସାଫ ଚାମ୍ପିଅନସିପ ଫାଇନାଲ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ଚମ୍ପିଆନ ହୋଇଛି ଭାରତୀୟ ଦଳ । 2-0 ଗୋଲରେ ବାଂଲାଦେଶକୁ ମାତ ଦେଇ ବିଜୟ ମୁକୁଟ ପିନ୍ଧିଛି ଭାରତ । ମହମ୍ମହ ଅରବାଜ ମୋଷ୍ଟ ଭାଲ୍ୟୁଏବୁଲ ପ୍ଲେୟାର ବିବେଚିତ ହୋଇଥିବା ବେଳେ ସୁରଜ ସିଂହ ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ପାଇଛନ୍ତି । ଚାଙ୍ଗ୍ଲିମିଥାଙ୍ଗ ଷ୍ଟାଡିୟମରେ ସାଫ ଚମ୍ପିଆନସିପ ଫୁଟବଲର ଅଷ୍ଟମ ସଂସ୍କରଣ ଫାଇନାଲ ମ୍ୟାଚ ଖେଳାଯାଇଥିଲା ।
ମ୍ୟାଚରେ ଭାରତ ଅଧିପତ୍ୟ ବିସ୍ତାର କରିଥିଲା । ପ୍ରଥମାର୍ଦ୍ଧର ଅଷ୍ଟମ ମିନିଟରେ ଭରତ ଲାଇରେଞ୍ଜାମ ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ । ହାଫ ଟାଇମରେ 1-0 ଗୋଲରେ ଆଗୁଆ ଥିଲା ଭାରତୀୟ ଦଳ । ବାଂଲାଦେଶ ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିଲେ ବି ବିଫଳ ହୋଇଥିଲା । ଦ୍ବିତୀୟାର୍ଦ୍ଧରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା । 74ତମ ମିନିଟରେ ଲେଭିସ ଜାଙ୍ଗମିନଲୁନ ଦଳ ପକ୍ଷରୁ ଦ୍ବିତୀୟ ଗୋଲ ଦେଇଥିଲେ । ବାଂଲାଦେଶ ଖାତା ଖୋଲି ପାରିନଥିଲା । ବାଂଲାଦେଶ ବିପକ୍ଷରେ ଭାରତ ଅପରାଜେୟ ରହିଛି । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଗ୍ରୁପ ଏରେ ଥିବା ଭାରତ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ।
ଏହା ବି ପଢନ୍ତୁ...SAFF U-16 Championship: ନେପାଳକୁ ହରାଇ ସେମିରେ ଭାରତ