ଓଡିଶା

odisha

Kings cup 2023: ସେପ୍ଟେମ୍ବର 7ରେ ଭାରତ-ଇରାକ ସେମି ଫାଇନାଲ

କିଙ୍ଗସ କପ ଫୁଟବଲ ସେମିଫାଇନାଲରେ ଆସନ୍ତା ସେପ୍ଟେମ୍ବର 7 ତାରିଖରେ ଭାରତ ଓ ଇରାକ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

By

Published : Aug 17, 2023, 10:40 AM IST

Published : Aug 17, 2023, 10:40 AM IST

india to meet iraq at kings cup semifinal
କିଙ୍ଗସ କପ ଫୁଟବଲ 2023

ନୂଆଦିଲ୍ଲୀ: ସେପ୍ଟେମ୍ବର 7 ତାରିଖରେ କିଙ୍ଗସ କପ ଫୁଟବଲ ସେମିଫାଇନାଲ ମୁକାବିଲା ଅନୁଷ୍ଠିତ ହେବ । ଭାରତ ବନାମ ଇରାକ, ଥାଇଲାଣ୍ଡ ବନାମ ଲେବାନନ ମଧ୍ୟରେ 49ତମ କିଙ୍ଗ କପ ଫୁଟବଲ ସେମିଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ସେମିଫାଇନାଲ ଲାଗି ଡ୍ର ଉଠାଣରେ ଏହା ସ୍ଥିର ହୋଇଛି । ସେପ୍ଟେମ୍ବର 10 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

ସେପ୍ଟେମ୍ବର 7 ତାରିଖରେ ଥାଇଲାଣ୍ଡର ଚିଆଙ୍ଗ ମାଇଠାରେ ଥିବା 700 ଆନିଭର୍ସାରୀ ଷ୍ଟାଡିୟମରେ ଭାରତ ବନାମ ଇରାକ ମଧ୍ୟରେ ପ୍ରଥମ ସେମିଫାଇନାଲ ଓ ଆୟୋଜକ ଥାଇଲାଣ୍ଡ ଓ ଲେବାନନ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଦୁଇ ବିଜୟୀ ଦଳ ମଧ୍ୟରେ ସେପ୍ଟମ୍ବର 10 ତାରିଖରେ ଫାଇନାଲ ଫାଇଟ ଖେଳାଯିବ । ପରାଜିତ ଦଳ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମୁକାବିଲା ହେବ । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ଚତୁର୍ଥ ଥର ପାଇଁ ଅଂଶ ଗ୍ରହଣ କରିଛି । ଏହାପୂର୍ବରୁ 3 ଥର ଭାରତ କାଂସ୍ୟ ପଦକ ହାସଲ କରିଛି । ଶେଷ ଥର 2019ରେ ଥାଇଲାଣ୍ଡକୁ ହରାଇ ବ୍ରୋଞ୍ଚ ପଦକ ଜିତିଥିଲା ।

1977ରେ ପ୍ରଥମ ଥର ଅଂଶଗ୍ରହଣ କରିଥିଲା । 1981ରେ ଗ୍ରୁପ ପର୍ଯ୍ୟାୟରୁ ବାଦ ପଡିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଫିଫା ମାନ୍ୟତା ଭାରତ ସର୍ବାଧିକ ମାନ୍ୟତା ଦଳ । ଇରାକ 70 ଓ ଲେବାନନ 100ତମ ସ୍ଥାନରେ ରହିଥିବା ବେଳେ ଆୟୋଜକ ଥାଇଲାଣ୍ଡ ସର୍ବନିମ୍ନ ମାନ୍ୟତା ଦଳ । ଫିଫା ମାନ୍ୟତାରେ ଥାଇଲାଣ୍ଡର 113ତମ ରାଙ୍କ ରହିଛି । ଫିପା ମାନ୍ୟତାରେ ଭାରତ 99ତମ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ଏହା ବି ପଢନ୍ତୁ...Intercontinental Cup: ଦ୍ବିତୀୟ ଟାଇଟଲ ହାତେଇଲା ଭାରତ, 1 କୋଟି ପୁରସ୍କାର ଘୋଷଣା କଲେ ନବୀନ

ପ୍ରକାଶ ଥାଉ କି, ଭାରତୀୟ ଫୁଟବଲ ଦଳ ଏବେ ଫୁଲ ଫର୍ମରେ ରହିଛନ୍ତି । ନିକଟରେ ଦୁଇ ଦୁଇଟି ଚମ୍ପିଆନରେ ବାଜିମାତ କରିଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ଭୁବନେଶ୍ବରରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲର ତୃତୀୟ ସଂସ୍କରଣରେ ଲେବାନନକୁ 2-0 ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା ଭାରତ । ଏହାପରେ ବେଙ୍ଗାଲୁରୁରେ କୁଏତକୁ ହରାଇ ନବମ ଥର ସାଫ୍ ଚମ୍ପିଆନ ହୋଇଥିଲା ଟିମ ଇଣ୍ଡିଆ । କଙ୍ଗସ କପ ଫୁଟବଲରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି ଦଳ ।

ABOUT THE AUTHOR

...view details