ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ହେବ ଏସିଆନ ବକ୍ସିଂ ଚମ୍ପିଆନସିପ । ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି ଭାରତ । ଏସିଆନ ବକ୍ସିଂ ଫେଡେରେସନ ସହ ବୈଠକ ପରେ ଏନେଇ ଭାରତୀୟ ବକ୍ସିଂ ଫେଡେରେସନ ସୂଚନା ଦେଇଛି ।
ନଭେମ୍ବରରେ ଭାରତରେ ଏସିଆନ ବକ୍ସିଂ ଚମ୍ପିଆନସିପ - ଭାରତୀୟ ବକ୍ସିଂ ଫେଡେରେସନ
ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ହେବ ଏସିଆନ ବକ୍ସିଂ ଚମ୍ପିଆନସିପ । ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି ଭାରତ । ଏସିଆନ ବକ୍ସିଂ ଫେଡେରେସନ ସହ ବୈଠକ ପରେ ଏନେଇ ଭାରତୀୟ ବକ୍ସିଂ ଫେଡେରେସନ ସୂଚନା ଦେଇଛି ।
ନଭେମ୍ବରରେ ଭାରତରେ ଏସିଆନ ବକ୍ସିଂ ଚମ୍ପିଆନସିପ
କୋରୋନା ଭାଇରସର ପ୍ରଭାବ ସେହି ସମୟରେ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାନେଇ ଆଶାବାଦୀ ରହିଛି ଭାରତୀୟ ବକ୍ସିଂ ଫେଡେରେସନ । ତେବେ ଦେଶର କେଉଁ ସହରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ସେନେଇ ପରବର୍ତ୍ତୀ ସମୟରେ ସ୍ଥିର ହେବ କହିଛନ୍ତି ଭାରତୀୟ ବକ୍ସିଂ ଫେଡେରେସନ(BFI)ର ମୁଖ୍ୟ କାର୍ଯ୍ୟନିବାହୀ ନିର୍ଦ୍ଦେଶକ ଆର କେ ସାଚେତୀ ।
ଶେଷଥର ପାଇଁ ଭାରତ 1980ରେ ପୁରୁଷ ଏସିଆନ ମିଟର ଆୟୋଜକ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟ ମୁମ୍ବାଇରେ ଖେଳାଯାଇଥିଲା । ତେବେ ଏହି ସଂସ୍କରଣର ମହିଳା ଇଭେଣ୍ଟ 2003ରେ ହିସାରରେ ଖେଳାଯାଇଥିଲା ।