ହାଇଦ୍ରାବଦ: ଆୟରଲ୍ୟାଣ୍ଡକୁ ୨୨୮ ରନ୍ର ଟାର୍ଗେଟ ଦେଲା ଭାରତ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୨୭ ରନ କରିଛି । ଏହି ମ୍ୟାଚରେ ଦୀପକ ହୁଡା ପ୍ରଥମ ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି । ସେ ୫୭ ବଲରୁ ୯ଟି ଚୌକା ଓ ୬ଟି ଛକା ମାରି ଶତକ ହାସଲ କରିଛନ୍ତି ।
Ind vs Ire 2nd T20: ଦୀପକ ହୁଡ୍ଡାଙ୍କ ଧୂଆଁଦାର ଶତକ, ଆୟରଲ୍ୟାଣ୍ଡ ଆଗରେ ୨୨୮ ଟାର୍ଗେଟ - ଆୟରଲ୍ୟାଣ୍ଡ ଆଗରେ ୨୨୮ ଟାର୍ଗେଟ
ଆୟରଲ୍ୟାଣ୍ଡକୁ ୨୨୮ ରନର ଟାର୍ଗେଟ ଦେଲା ଭାରତ। ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୨୨୭ ରନ କରିଛି । ଅଧିକ ପଢନ୍ତୁ
ଦୀପକ ହୁଡାଙ୍କ ଧୁଆଁଧାର ଶତକ, ଆୟର୍ଲାଣ୍ଡ ଆଗରେ ୨୨୮ ଟାର୍ଗେଟ
ସେହିପରି ଓପନର ସଞ୍ଜୁ ସାମସନ ୯ଟି ଚୌକା ସହିତ ୪ଟି ଛକା ମାରି ୭୭ ରନ କରି ଆଉଟ ହୋଇଛନ୍ତି । ଏହି ମ୍ୟାଚରେ ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ ଏବଂ ଅକ୍ଷରା ପଟେଲ ନିଜର ଖାତା ଖୋଲି ନପାରି ଶୂନରେ ଆଉଟ ହୋଇଛନ୍ତି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ କରି ନଟ୍ ଆଉଟ ରହିଛନ୍ତି ।